ପାକିସ୍ତାନ ଟେଷ୍ଟ ଦଳରୁ ଆମିର ବାଦ

0

ଇସଲାମାବାଦ : ଆସନ୍ତା ଅକ୍ଟୋବରରେ ୟୁଏଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇଟିକିଆ ଟେଷ୍ଟ ସିରିଜ ପାଇଁ ଶୁକ୍ରବାର ପାକିସ୍ତାନର ୧୭ ଜଣିଆ ଦଳ ଘୋଷଣା କରାଯାଇଛି। ତେବେ ଫର୍ମରେ ନ ଥିବାରୁ ଫାଷ୍ଟ ବୋଲର ମହମ୍ମଦ ଆମିର ଦଳରୁ ବାଦପଡିଛନ୍ତି। ସଂପ୍ରତି ୟୁଏଇରେ ଚାଲିଥିବା ଏସିଆ କପ୍‍ରେ ପାକିସ୍ତାନ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିବାବେଳେ ଆମିର ଗୋଟିଏ ହେଲେ ୱିକେଟ ଅକ୍ତିଆର କରିପାରିନାହାନ୍ତି। ଅପରପକ୍ଷରେ ଦୁଇ ଫାଷ୍ଟ ବୋଲର ୱାହାବ ରିୟାଜ୍‍ ଓ ମୀର ହାମ୍‍ଜା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ପାକିସ୍ତାନ ଦଳର ବିଜୟ ତିନି ସ୍ପିନର ୟାସିର ଶାହା, ସଦାବ ଖାନ୍‍ ଓ ବିଲାଲ ଆସିଫ୍‍ଙ୍କ ପ୍ରଦର୍ଶନ ଉପରେ ଅନେକାଂଶରେ ନିର୍ଭର କରିବ ବୋଲି ପାକିସ୍ତାନ ମନୋନୟନ କମିଟି ଅଧ୍ୟକ୍ଷ କହିଛନ୍ତି। ଘୋଷିତ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଆଜାର ଅଲ୍ଲୀ, ଫକର ଜମାନ, ଇନାମ ଉଲ ହକ୍‍, ବାବର ଆଜମ, ଆସାଦ ସଫିକ୍‍, ହାରିସ ସୋହେଲ, ଉସମାନ ସଲାଉଦ୍ଦିନ, ୟାସିର ଶାହା, ସଦାବ ଖାନ୍‍, ବିଲାଲ ଆସିଫ, ମହମ୍ମଦ ଆବାସ, ହାସନ ଅଲ୍ଲୀ, ୱାହାବ ରିୟାଜ, ଫହିମ ଅସ୍ରଫ୍‍, ମୀର ହାମ୍‍ଜା ଓ ମହମ୍ମଦ ରିଜ୍‍ୱାନ।

Leave A Reply