ଇଂଲଣ୍ଡରେ ଭାରତୀୟ-ଏ ଦଳର କମାଲ , ପୃଥ୍ୱୀ ମୟଙ୍କ ରେକର୍ଡ ରନ

0

ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ-ଏ କ୍ରିକେଟ ଦଳ ଶ୍ରେୟସ୍‍ ଅକ୍ସରଙ୍କ ଅଧିନାୟକତ୍ୱରେ ବିଜୟଲାଭ କରିଛି। ଭାରତୀୟ-ଏ ଦଳ ମଙ୍ଗଳବାର ଇଂଲଣ୍ଡର ଲିସେଷ୍ଟରରେ ଖେଳାଯାଇଥିବା ମ୍ୟାଚରେ ରନ ବର୍ଷା କରିଛି। ମଙ୍ଗବାର ଖେଳାଯାଇଥିବା ୫୦ଓଭର ମ୍ୟାଚରେ ଭାରତୀୟ-ଏ ଦଳ ୪ୱିକେଟ ହରାଇ ୪୫୮ରନ କରିଥିଲା। ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ ପୃଥ୍ୱି ସା ୯୦ବଲରେ ୧୩୨ରନ ଏବଂ ମୟଙ୍କ ଅଗ୍ରୱାଲ ୧୦୬ ବଲରେ ୧୫୧ ରନ କରିଥିଲେ। ଏହି ଦୁଇଜଣଙ୍କ ସହଭାଗିତାରେ ଦଳର ୨୨୧ରନ ହୋଇଥିଲା। ଏହା ସହିତ ଭାରତୀୟ ଏ ଦଳ ଲିଷ୍ଟ ଏ କ୍ରିକେଟ ରେ ଦ୍ୱିତୀୟ ବଡ ସ୍ମୋର(୪୫୮/୪) କରିଛି।

Leave A Reply