ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ରେକର୍ଡ : ୧୪ରନ୍‍ କରି ଅଲଆଉଟ ହେଲା ସମ୍ପୂର୍ଣ୍ଣ ଦଳ

0

ବ୍ୟାଙ୍କକ୍‌: ଚୀନର ମହିଳା କ୍ରିକେଟ ଦଳ ଅନ୍ତର୍ଜାତୀୟ ଟି-୨୦କ୍ରିକେଟରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୟୂଏଇର ୨୦୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଚୀନ ଦଳ କେବଳ ୧୪ରନ କରି ଅଲଆଉଟ ହୋଇଯାଇଛି। ଯାହା ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ସର୍ବନିମ୍ନ ସ୍କୋର ଅଟେ।

ରବିବାର ରାତିରେ ବ୍ୟାଙ୍କକଠାରେ ଚୀନ୍‌ ଓ ୟୁଏଇ ମହିଳା ଦଳ ମଧ୍ୟରେ ଶେଷ ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା। ୟୁଏଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୨୦୩ ରନ୍‌ କରିଥିଲା। ଭାରତୀୟ ମୂଳ ନିବାସୀ ଈଶା ରୋହିତ ଓଜା ସର୍ବାଧିକ ୮୨ ରନ କରିଥିଲେ। ଚାୟା ମୁଗଲ ୩୩ ରନ, ଡିସୁଜା ୨୬ ରନ ଓ କଭିଶା ଇଗୋଡୋଗେ ୨୫ ରନ କରିଥିଲେ। ଏହାର ଜବାବରେ ଚୀନ୍‌ ମହିଳା ଦଳ ୧୦ ଓଭର୍‌ ମଧ୍ୟରେ ମାତ୍ର ୧୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା।

Leave A Reply