ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ବନ୍ଦ ହେବ ଟସ୍ ପରମ୍ପରା; କ୍ଷୋଭ ପ୍ରକାଶ କଲେ ଗାଙ୍ଗୁଲୀ

0

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ଏକ ନୂଆନିୟମ ପ୍ରଣୟନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇ.ସି.ସି) ଏହି ନିୟମ ପ୍ରଣୟନ କରିବା ଯୋଜନାରେ ଅଛି। ଏହି ନିୟମ ଅନୁସାରେ ଏଣିକି ଟେଷ୍ଟକ୍ରିକେଟରେ ଆଉ ଟସ୍ ପଡ଼ିବନି। ନୂଆନିୟମ ଅନୁସାରେ ଯେଉଁ ଦେଶରେ ମ୍ୟାଚ ଖେଳାଯିବ ସେହି ଦେଶ ନିଷ୍ପତି ନେବ ସେ ପ୍ରଥମେ ବ୍ୟାଟିଙ୍ଗ କରିବ କି ପ୍ରଥମେ ବୋଲିଂ କରିବ। ଏହାକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ସୈାରଭ ଗାଙ୍ଗୁଲୀ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଲେ ଯଦି ଏହି ନିୟମ ପ୍ରଣୟନ ହୁଏ ତେବେ ୧୪୦ବର୍ଷର ପୁରୁଣା ପରମ୍ପରା ବନ୍ଦ ହୋଇଯିବ।  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇ.ସି.ସି) ଏହି ନିଷ୍ପତ୍ତି ଉପରେ ପୁନଃ ବିଚାର କରିବା ଆବଶ୍ୟକ। ଖବର ଅନୁସାରେ ଭାରତୀୟ ଦଳର ପୂର୍ବ ଅଧିନାୟକ ବିଶନ ସିଂ ଏବଂ ଦିଲ୍ଲିପ ଭେଙ୍ଗ ସରକାର ମଧ୍ୟ ଏହି ନିୟମକୁ ବିରୋଧ କରିଥିଲେ।

Leave A Reply