ଜିମ୍ବାୱେକୁ ୯ ୱିକେଟରେ ହରାଇଲା ପାକିସ୍ତାନ

0

ବୁଲାୱୋ : ଓପନର ଫକର ଜମାନଙ୍କ ଅପରାଜିତ ଶତକ ବଳରେ ପାକିସ୍ତାନ ଏଠାରେ ସୋମବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଘରୋଇ ଜିମ୍ବାୱେକୁ ୯ ୱିକେଟରେ ପରାସ୍ତ କରିଛି। ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଜିମ୍ବାୱେ ୪୯.୨ ଓଭରରେ ୧୯୪ ରନରେ ଅଲଆଉଟ ହୋଇଥିଲା। ଅଧିନାୟକ ହାମିଲଟନ ମାସାକାଜା ୫୯ ଓ ପିଟର ମୁର୍‍ ୫୦ ରନ କରିଥିବାବେଳେ ପାକିସ୍ତାନ ପକ୍ଷରୁ ଉସ୍‍ମାନ ଖାନ୍‍ ୪ଟି ଓ ହାସନ ଅଲ୍ଲୀ ୩ଟି ୱିକେଟ ଅକ୍ତିଆର କରିଥିଲେ। ଜବାବରେ ପାକିସ୍ତାନ ୩୬ ଓଭର ସୁଦ୍ଧା ୧ ୱିକେଟ ବିନିମୟରେ ୧୯୫ ରନ କରି ବିଜୟୀ ହୋଇଥିଲା। ଦୁଇ ଓପନର ଇନାମ ଉଲ ହକ୍‍ ଓ ଫକର ଜମାନ ପ୍ରଥମ ୱିକେଟ ପାଇଁ ୧୧୯ ରନ ଯୋଗକରି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ଇନାମ୍‍ ବ୍ୟକ୍ତିଗତ ୪୪ ରନ କରି ରନ୍‍ଆଉଟ ହୋଇଥିଲେ। ତେବେ ଫକର ଜମାନ ଓ ବାବର ଆଜମ ୨ୟ ୱିକେଟ ପାଇଁ ଅବିଭାଜିତ ୭୬ ରନ କରିଥିଲେ। ପ୍ଲେୟାର ଅଫ୍‍ ଦି ମ୍ୟାଚ ବିବେଚିତ ଜମାନ ୧୬ଟି ଚୌକା ସହାୟତାରେ ୧୧୭ ଓ ବାବର ଆଜମ ୨୯ ରନରେ ଅପରାଜିତ ଥିଲେ। ଏହି ବିଜୟ ଫଳରେ ପାକିସ୍ତାନ ପାଞ୍ଚଟିକିଆ ସିରିଜରେ ୨-୦ରେ ଆଗୁଆ ରହିଛି।

Leave A Reply