ରାୟଗଡା ରେଳ ଧାରଣାରେ ଫାଟ

0

ରାୟଗଡା : ରାୟଗଡା ଜିଲା ସିଙ୍ଗାପୁର ରୋଡ ଷ୍ଟେସନ ନିକଟ ରେଳ ଧାରଣାରେ ଫାଟ ଦେଖା ଦେଇଥିଲା। ରେଳ ଧାରଣାରେ ଫାଟ ସୃଷ୍ଟି ହେବା ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଦୁର୍ଗ-ବିଶାଖାପାଟଣା ପାସେଞ୍ଜର ଟ୍ରେନ ଅଟକି ରହିଥିଲା। ରେଳ କର୍ମଚାରୀଙ୍କ ଦ୍ବାରା ରେଳ ଧାରଣା ମରାମତି ହୋଇଥିଲା। ଏହାପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ସେହି ରୁଟରେ ରେଳ ଧାରଣାରେ ଫାଟ ହୋଇଥିଲା।

Leave A Reply