ଗୋମାତା ହେଉଛନ୍ତି ଭଗବାନ ସଦୃଶ

0

ହିନ୍ଦୁ ଧର୍ମରେ ଗାଈର ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଗାଈକୁ ଉଭୟ ମା ଏବଂ ଦେବୀଙ୍କ ସ୍ଥାନ ପ୍ରଦାନ କରାଯାଇଛି । ପୁରାଣ ଅନୁଯାୟୀ ଗାଈଙ୍କ ମଧ୍ୟରେ ସମସ୍ତ ଦେବତାଙ୍କ ବାସ ରହିଛି । ସେଥିପାଇଁ ହିନ୍ଦୁମାନେ ଏହି ପଶୁଟିକୁ ସବୁଠାରୁ ପବିତ୍ର ବୋଲି ମାନନ୍ତି । ମାନ୍ୟତା ରହିଛି ଯେଉଁ ସ୍ଥାନରେ ଗାଈ ଠିଆ ହୋଇ ଆନନ୍ଦର ନିଶ୍ୱାସ ପ୍ରଶ୍ୱାସ ନିଅନ୍ତି, ସେହି ସ୍ଥାନର ବାସ୍ତୁ ଦୋଷ ସଂପୂର୍ଣ୍ଣ ଦୂର ହୋଇଯାଏ। ତେବେ ଆସନ୍ତୁ ଜାଣିବା କିଭଳି ବାସ୍ତୁ ଦୋଷର ନିବାରକ ଗାଈ …….

ପୁରାଣରେ ରହିଛି ଯେ, ଗାଈଙ୍କ ବେକରେ ଘଣ୍ଟି ବାନ୍ଧିବା ଆବଶ୍ୟକ ଅଟେ । ଏହି ଘଣ୍ଟିର ଶବ୍ଦ ବହୁ ବାସ୍ତୁ ଦୋଷ ଦୂର କରିଥାଏ ।
ଗାଈରେ ପାଦରେ ଥିବା ଖୁରାରେ ନାଗ ଦେବତା ବାସ କରୁଥିବା କୁହାଯାଏ । ତେଣୁ ଯେଉଁ ସ୍ଥାନରେ ସେ ବିଚରଣ କରନ୍ତି, ସେହି ସ୍ଥାନ ମାନଙ୍କୁ ସର୍ପ, ବିଛା ଆଦି ଆସନ୍ତି ନାହିଁ ।

ବେଦ ପୁରାଣ ଅନୁଯାୟୀ ଯେଉଁମାନେ ଗାଈଙ୍କର ସେବା କରନ୍ତି, ସୋନଙ୍କର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ।

ଗାଈଙ୍କର ଗୋଟିଏ ଆଖିରେ ସୂର୍ଯ୍ୟ ଓ ଅନ୍ୟଟିରେ ଚନ୍ଦ୍ରମାଙ୍କ ବାସ କରନ୍ତି ।

ଗାଈଙ୍କ କ୍ଷୀରରେ ରୋଗପ୍ରତିରୋଧକ ଶକ୍ତି ଥାଏ । ତେଣୁ ନିୟମିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ ।

ବେଦ ଶାସ୍ତ୍ର ଅନୁଯାୟୀ, ଗାଈଙ୍କ ପୁଛ ବା ଲାଞ୍ଜରେ ହନୁମାନଙ୍କ ବାସ ହୋଇଥାଏ । ତେଣୁ ଖରାପ ଦୃଷ୍ଟି ଦୂର କରିବା ପାଇଁ ଗାଈ ପୁଛର ମଧ୍ୟ ବ୍ୟବହାର କରାଯାଇଥାଏ ।

ଗୋଟିଏ ଗାଈକୁ ଚାରା ଖୁଆଇବା ୩୩ କୋଟି ଦେବାତାଙ୍କ ନିକଟରେ ଭୋଗ ଲଗାଇବା ସହ ସମାନ ବୋଲି ଶାସ୍ତ୍ରରେ କୁହାଯାଇଛି ।

ଗାଈ ଠାରୁ ମିଳୁଥିବା କ୍ଷୀର, ଦହି ,ଛେନା , ଗୋ ମୂତ୍ର, ଗୋବର ଆଦି ଅନେକ ରୋଗର ମହୋଷଧି ଅଟେ ।

କଳା ଗାଈଙ୍କୁ ପୂଜା କରିବା ଦ୍ବାରା ନବଗ୍ରହ ଶାନ୍ତ ହୋଇଥାଆନ୍ତି । ଯେ କେହି ଶ୍ରଦ୍ଧା ପୂର୍ବକ କଳା ଗାଈକୁ ପୂଜା କରନ୍ତି ସେମାନଙ୍କର ଗ୍ରହ ଦୋଷ ଦୂର ହେବା ସହ ଶତ୍ରୁ ଭୟ ମଧ୍ୟ ରହେ ନାହିଁ ।

କୌଣସି କାର୍ଯ୍ୟରେ ଯଦି ବାଧା ଥାଏ,ତେବେ ତାହାକୁ ଗାଈଙ୍କ କାନରେ କହିଲେ ସେହି କାର୍ଯ୍ୟରେ ସଫଳତା ମିଳିଥାଏ ।

Leave A Reply