ଦମ୍ପତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

0

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବଡିଗେଟା ପଂଚାୟତର ଏମପିଭି-୭୦ ଗ୍ରାମର ଏକ ନବ-ଦମ୍ପତିଙ୍କ ମୃତଦେହ ନିଜ ଘର ଠାରୁ ୨ କି.ମି ଦୂର କେନାଲ ହୁଡ ନିକଟରୁ ଉଦ୍ଧାର ହୋଇଛି । ମୃତ ଦୁଇଜଣ ହେଉଛନ୍ତି ଏମପିଭି-୩୭ ଗ୍ରାମର ଗଣେଷ ଘୋଷ (୨୪)ତାଙ୍କ ସ୍ତ୍ରୀ ନିଳିମା ଘୋଷ(୧୮) ବୋଲି ଜଣାପଡିଛି ।

ଖବର ପାଇ କାଲିମେଳା ପୋଲିସ ଘଟଣା ସ୍ଥଳରୁ ମୃତଦେହ ଉଦ୍ଧାର କରି କାଲିମେଳା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ଆଣିଥିବା ଜଣାପଡିଛି । ଏହି ଦୁଇ ଦମ୍ପତି ଆଜକୁ ଦେଢ ବର୍ଷ ତଳେ ବିବାହ କରିଥିଲେ । ତେବେ ଗତକାଲି ସଂନ୍ଧ୍ୟା ସମୟ ଠାରୁ ଏମାନେ କୁଆଡେ ନିଖୋଜ ହୋଇଯାଇଥିବା ବେଳେ ଆଜି ସକାଳୁ ସେମାନଙ୍କର ମୃତଦେହ କେନାଲ ବନ୍ଧରେ ପଡିଥିବା ଜଣାପଡିଥିଲା । ପୁଲିସ ଏହି ଘଟଣାର ତଦନ୍ତ ଚଳାଇଛି । ସେମାନଙ୍କ ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ଏହାକୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

Leave A Reply