କୁଲି ନମ୍ବର ୧-ର ରିମେକ୍!

ମୁମ୍ବଇ : ପ୍ରାୟ ୬ ମାସ ତଳେ ନିର୍ଦେଶକ ଡେଭିଡ୍ ଧୱନ୍ ଘୋଷଣା କରିଥିଲେ ଯେ ତାଙ୍କ ନିର୍ଦେଶିତ ‘କୁଲି ନମ୍ବର ୧’ର ଖୁବ୍ ଶୀଘ୍ର ରିମେକ୍ ତିଆରି ହେବାକୁ ଯାଉଛି। ମିଳିଥିବା ଖବର ଅନୁସାରେ, ପୂରା ଟିମ୍ ବ୍ୟାଙ୍କକ୍‌ରେ ଏହାର ସୁଟିଂ ସପ୍ତାହ ତଳେ ଆରମ୍ଭ କରିଛି। ୧୯୯୫ରେ ମୁକ୍ତିଲାଭ କରିଥିବା ସୁପରହିଟ୍ କୁଲି ନମ୍ବର ୱାନ୍‌ରେ ମୁଖ୍ୟ ଭୂମିକା​‌ରେ ଗୋବିନ୍ଦା, କରିସ୍ମା କପୁର, ସ୍ବର୍ଗୀୟ ଅଭିନେତା କାଦର ଖାନ୍ ପ୍ରମୁଖ ଅଭିନୟ କରିଥିଲେ। ଏଥରକ ରିମେକ୍‌‌ରେ ବରୁଣ ଧୱନ୍ ଓ ସାରା ଅଲୀ ଖାନ୍ ଅଭିନୟ କରିବେ ବୋଲି ସ୍ପଷ୍ଟ ହୋଇଛି। ବରୁଣ ନିଜେ ଏହି କଥା ସୋସିଆଲ ଆକାଉଣ୍ଟରେ ଉଲ୍ଲେଖ କରିବା ସହ ନିଜ ଉତ୍ସାହିତ କଥା ମଧ୍ୟ କହିଛନ୍ତି। ଡେଭିଡ୍‌ଙ୍କ ମତରେ ନିଜ ନିର୍ଦେଶିତ ଚଳଚ୍ଚିତ୍ରର ରିମେକ୍ ତିଆରି କରିବାର ମଜା ଅଲଗା।

Comments are closed.