ମହିଳା ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କଲେ  ଆତଙ୍କବାଦୀ

0

ଶ୍ରୀନଗର ..-  କାଶ୍ମୀରରେ  ପାକ ସମର୍ଥିତ ଆତଙ୍କବାଦୀମାନେ  ପୁଣୀ ଭୀରୁତାର ପରିଚୟ ଦେଇଛନ୍ତି । ସୋପିଆନ ଅଞ୍ଚଳରେ  ଖୁସବୁ ଜାନ୍‌ ନାମକ ଜଣେ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କୁ ଆତଙ୍କବାଦୀମାନେ ତାଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରିଛନ୍ତି । ଶନିବାର ଅପରାହ୍ନ ୨ଟା ୪୦ ସମୟରେ ସେ ଘର ସାମ୍ନାରେ କୌଣସି କାମରେ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ଖୁସବୁଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଛନ୍ତି  ।

ଏହି ଘଟଣାପରେ ସେନା, ସ୍ୱତନ୍ତ୍ର ଅପରେସନ୍‌ ଗ୍ରୁପ , ପୁଲିସ ଓ ସିରିଆର୍‌ପିଏଫ୍‌ ପକ୍ଷରୁ  ସେହି ସ୍ଥାନକୁ ଘେରାଓ କରି  ରଖିଛନ୍ତି ।

Leave A Reply