ପ୍ରିୟଙ୍କା ଗାନ୍ଧୀ ଜିନ୍ଦାବାଦ ବଦଳରେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦର ନାରା ଲଗାଇଲେ କଂଗ୍ରେସ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆୟୋଜିତ କଂଗ୍ରେସର ଏକ ରାଲିରେ ରବିବାର କଂଗ୍ରେସର ଜଣେ କାର୍ଯ୍ୟକର୍ତ୍ତା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଥାନରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦର ନାରା ଲଗାଇଥିବା ଜଣାପଡିଛି। ଯାହାକୁ ଶୁଣିବା ପରେ ମଞ୍ଚରେ ଥିବା ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କଂଗ୍ରେସର ପୂର୍ବତନ ବିଧାୟକ ସୁରେନ୍ଦ୍ର କୁମାର ମଞ୍ଚରେ ଏଭଳି ନାରା ଲଗାଇଥିବା ସୂଚନା ମିଳିଛି। ପରେ ସେ ତାଙ୍କ ଭୁଲକୁ ଅନୁଭବ କରିପାରି ସଂସୋଧନ କରି ପ୍ରିୟଙ୍କା ଗାନ୍ଧୀ ଜିନ୍ଦାବାଦର ନାରା ଲଗାଇଥିଲେ।

Comments are closed.