ଉତ୍ତରପ୍ରଦଶର ୮୦ ଲୋକସଭା ଆସନରେ ନିର୍ବାଚନ ଲଢିବ କଂଗ୍ରେସ: ଗୁଲାମନବୀ ଆଜାଦ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶର ସମସ୍ତ ୮୦ ଲୋକସଭା ଆସନରେ କଂଗ୍ରେସ ନିର୍ବାଚନ ଲଢିବ ବୋଲି ରବିବାର କଂଗ୍ରେସର ବରିଷ୍ଠ ନେତା ତଥା ପ୍ରଭାରୀ ଗୁଲାମନବୀ ଆଜାଦ କହିଛନ୍ତି। ଲକ୍ଷ୍ନୌସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁଲାମନବୀ କହିଛନ୍ତି ଯେ ଉତ୍ତରପ୍ରଦେଶର ଲୋକସଭା ନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବ। ଫଳାଫଳ ସମସ୍ତଙ୍କୁ ଚକିତ୍‍ କରିଦେବ ଓ କଂଗ୍ରେସ ସପକ୍ଷରେ ଯିବ। ବିଜେପିକୁ ହରାଇବା ପାଇଁ ଆମ ସହ ମିଶି ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ନିର୍ବାଚନ ଲଢିବାକୁ ଚାହୁଁଥିବା ଦଳକୁ ଆମେ ସ୍ୱାଗତ କରିବୁ।
ଏହି ସାମ୍ବାଦିକ ସମ୍ମିଳନୀରେ ଗୁଲାମନବୀ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କ ଉପରେ ବର୍ଷିଥିଲେ। ଏହି ଅବସରରେ କଂଗ୍ରେସ ଶାସନର ୭୦ ବର୍ଷ ମଧ୍ୟରେ କ’ଣ କରିଛି ବୋଲି ପ୍ରଶ୍ନ କରୁଥିବା ଲୋକଙ୍କୁ ସେ ଉତ୍ତର ଦେଇଥିଲେ। ସେ କହିଥିଲେ ଯେ କଂଗ୍ରେସ ମହାତ୍ମା ଗାନ୍ଧୀ ଏବଂ ପଣ୍ଡିତ ଜବହାରଲାଲ ନେହରୁଙ୍କ ନେତୃତ୍ୱରେ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଛି। ଛୋଟ ଛୋଟ ଗଡ଼ଜାତରେ ବିଭକ୍ତ ଦେଶକୁ ଏକତ୍ରିତ କରି ଦେଶ ଗଢିଛି। ଦେଶକୁ ଏକ ଧର୍ମନିରପେକ୍ଷ ସମ୍ବିଧାନ ଦେଇଛି। ଏବେ ବିଜେପି ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଦେଶକୁ ବିଭାଜିତ କରୁଛି।

Leave A Reply