ପାକିସ୍ତାନର ଭାଷା କହୁଛି କଂଗ୍ରେସ: ଶାହନୱାଜ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ବିଜେପି ନେତା ଶାହନସ୍ବାଜ ହୁସେନ କହିଛନ୍ତି, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ଉପରେ ଗୁଲାମନବୀଙ୍କ ମନ୍ତବ୍ୟ ଲଜ୍ଜାଜନକ। ପାକିସ୍ତାନର ଲୋକମାନେ ଏପରି ଅଭିଯୋଗ କରିଥାନ୍ତି। ପାକିସ୍ତାନ ଅନ୍ତର୍ଜାତୀୟ ଫୋରମରେ ଗୁଲାମନବୀଙ୍କ ମନ୍ତବ୍ୟକୁ ବ୍ୟବହାର କରିବ। ତୁରନ୍ତ ସେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିବା ଦରକାର। ସୂଚନାଯୋଗ୍ୟ, ଅଜିତ ଡୋଭାଲ ଶ୍ରୀନଗର ଗସ୍ତରେ ଥିବା ବେଳେ ସେଠାକାର ଲୋକଙ୍କ ସହିତ ଜାମ୍ମୁ-କାଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା ଏବଂ ଧାରା ୩୭୦ ଉଚ୍ଛେଦ ହେବା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ଲୋକଙ୍କ ସହ ରାସ୍ତାରେ ଖାଦ୍ୟ ଖାଉଥିବାର ଏକ ଭିଡିଓ ଜାରି ହୋଇଥିଲା। ଏହାକୁ ନେଇ ଗୁଲାମନବୀ ଆଜାଦ ସମାଲୋଚନା କରିବା ସହିତ ଟଙ୍କା ଦେଇ କାହାର ବି ଭିଡିଓ କରାଯାଇପାରିବ ବୋଲି ମନ୍ତବ୍ୟ ଦେଇଥିଲେ।

Comments are closed.