ଆନ୍ଦୋଳନ କରୁଛି ମାଲକାନଗିରି କଂଗ୍ରେସ କମିଟି

0

ମାଲକାନଗିରି: ଜାତିଗତ ପ୍ରମାଣ ପତ୍ର ନ ମିଳିବାରୁ ପ୍ରାୟ ୨୦୦୦ ଆଦିବାସୀ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷାଦାନ ଅଧିକାରରୁ ବଞ୍ଚିତ ହୋଇଛନ୍ତି। ଏଭଳି ଅଭିଯୋଗ ଆଣିବା ସହିତ ମଙ୍ଗଳବାରଠାରୁ କଂଗ୍ରେସ କମିଟି ପକ୍ଷରୁ ଅଭିନବ ପ୍ରତିବାର କରାଯାଇଛି। କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅସ୍ଥାୟୀ ବିଦ୍ୟାଳୟ ସ୍ଥାପନା କରାଯିବା ସହ ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଛି। ପୂର୍ବତନ ସାଂସଦ ତଥା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ସମେତ ବହୁ କଂଗ୍ରେସ ନେତା ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ସହାୟତାରେ ଏଭଳି ଅଭିନବ ପ୍ରତିବାଦ ଆରମ୍ଭ ହୋଇଛି।


ମାଲକାନଗିରି ମୁଖ୍ୟରାସ୍ତା ପାଶ୍ୱର୍ରେ ଶହ ଶହ କୁନି ଛାତ୍ରଛାତ୍ରୀ ଏଭଳି ଶିକ୍ଷା ଗ୍ରହଣ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣ ପତ୍ର ନ ମିଳିବା ଯାଏ ଏବଂ ଏମାନଙ୍କୁ ପୂର୍ନବାର ବିଦ୍ୟାଳୟରେ ଭର୍ତ୍ତି କରା ନ ଯିବା ପର୍ଯ୍ୟନ୍ତ ଅସ୍ଥାୟୀ ବିଦ୍ୟାଳୟରେ ଶିକ୍ଷାଦାନ ଚାଲିବ ବୋଲି ପ୍ରଦୀପ ମାଝୀ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି।

Leave A Reply