କଂଗ୍ରେସ ଟି-ସାର୍ଟରେ ବିଜେପିକୁ କଟାକ୍ଷ ‘ଉଡ଼ିଗଲା ବିକାଶର ପକ୍ଷୀ’

0

ରାୟପୁର : ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଶାସକ ବିଜେପି ବିପକ୍ଷରେ ଏକ ନୂଆ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଏହି ପ୍ରଚାର ଅଭିଯାନରେ କଂଗ୍ରେସ ପକ୍ଷରୁ ଲକ୍ଷେ ନୂଆ ଟି-ସାର୍ଟ ପ୍ରସ୍ତୁତ କରାଯାଇ ଯୁବକଙ୍କୁ ବଣ୍ଟା ଯାଉଛି। ଏହି ଟି-ସାର୍ଟରେ ବିଜେପିକୁ କଟାକ୍ଷ କରି ‘ଉଡ଼ିଗଲା ବିକାଶର ପକ୍ଷୀ’ (ହିନ୍ଦୀରେ ଉଡ଼ଗୟୀ ଭିକାଶ କି ଚିଡ଼ିଆ) ଲେଖା ଅଛି। ପ୍ରଥମ ପର୍ଯ୍ୟାୟରେ ଛତିଶଗଡ଼ରେ ଏହି ଟି-ସାର୍ଟ ବଣ୍ଟନ କରାଯାଇଛି। ଚଳିତ ବର୍ଷ ଶେଷ ଆଡ଼କୁ ଛତିଶଗଡ଼ରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସର କର୍ମୀମାନେ ଏହି ଟି-ସାର୍ଟ ପିନ୍ଧି ବୁଲୁଥିବା ଦେଖିବାକୁ ମିଳୁଛି। ରାଜ୍ୟର ଶାସକ ବିଜେପି ବିରୋଧରେ ଏହି ଭିନ୍ନ ଅଭିଯାନକୁ ଲୋକେ ପସନ୍ଦ କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ କର୍ମୀମାନେ ଏହି ଟି-ସାର୍ଟ ପିନ୍ଧି ବଜାର, ଚା’ ଦୋକାନ, ରାସ୍ତା, ଘାଟରେ ବୁଲୁଥିବା ଦେଖିବାକୁ ମିଳୁଛି। କଂଗ୍ରେସ କଟାକ୍ଷର ଜବାବ ଦେବାକୁ ବିଜେପି ଏବେ ବିକଳ୍ପ ଖୋଜୁଛି। ଅତିଶୀଘ୍ର ବିଜେପି ପକ୍ଷରୁ ଏଭଳି କିଛି ଅଭିଯାନ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

Leave A Reply