ରାଫେଲକୁ ନେଇ ବିଜେପିକୁ ଘେରିଲେ ରାହୁଲ

0

ନୂଆଦିଲ୍ଲୀ: ନିଜ ନିର୍ବାଚନ କ୍ଷେତ୍ର ଆମେଠୀକୁ ୨ଦିନିଆ ଗ୍ରସ୍ତରେ ଯାଇଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଫେଲ ଡିଲକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଫେଲ ଯୁଦ୍ଧ ବିମାନକୁ ନେଇ ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିବା ଚୁକ୍ତିରେ ଭାରତ ସରକାର ମୋଟ୍‍ କେତେଟଙ୍କା ଖର୍ଚ୍ଚ କରୁଛନ୍ତି ଏ ସମ୍ପର୍କରେ ଦେଶବାସୀଙ୍କୁ ଅନ୍ଧାରରେ ରଖାଯାଉଛି କାହିଁକି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।
ଦେଶର ପ୍ରଧାନମନ୍ତ୍ରୀ ନିଜକୁ ଦେଶର ଚୌକିଦାର ବୋଲି କହୁଥିବାବେଳେ ୟୁପିଏ ସରକାର ଫ୍ରାନ୍ସଠାରୁ ୧୨୬ଟି ଯୁଦ୍ଧ ବିମାନ ବିମାନ ୫୨୬କୋଟି ଟଙ୍କା ବିନିମୟରେ ଚୂଡ଼ାନ୍ତ କରିଥିଲେ। ଏହି ବିମାନର ମୂଲ୍ୟ ମୋଦୀଙ୍କ ସରକାରରେ କେତେ ମାତ୍ରାରେ ବୃଦ୍ଧି ପାଇଛି ଏ ସମ୍ପର୍କରେ ଦେଶବାସୀ ଜାଣିବା ଉଚିତ ବୋଲି ରାହୁଲ ଯୁକ୍ତି ଦର୍ଶାଇ ଥିଲେ।
ସେହିପରି ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀ ପୂର୍ବରୁ ଯୁଦ୍ଧ ବିମାନ ନିର୍ମାଣ କରି ନାହିଁ। ବ୍ୟାଙ୍କରୁ ଅମ୍ବାନୀଙ୍କ ନାମରେ ୪୫ ହଜାର କୋଟି ଟଙ୍କାର ଋଣ ରହିଛି। ଏହି ଋଣ ରିଲାଏନ୍ସ କମ୍ପାନୀ ବ୍ୟାଙ୍କକୁ ଫେରାଉ ନାହିଁ। ମାତ୍ର ୧୦ଦିନ ପୂର୍ବେ ଏକ କମ୍ପାନୀର ଗଠନ ହେବା ମାତ୍ରେ ତାଙ୍କୁ ଭାରତର ପ୍ରତିାରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ଜାହାଜ ନିର୍ମାଣ ଓ ମରାମତିର ଦାୟିତ୍ୱ ପ୍ରଦାନ କରାଯିବା ପ୍ରଚ୍ଛଦରେ କେଉଁ ସ୍ୱାର୍ଥ ଲୁଚି ରହିଛି।

Leave A Reply