‘ଗୁଜରାତ ନିର୍ବାଚନରେ ପାକିସ୍ତାନ ହାତ’ ମନ୍ତବ୍ୟ ପ୍ରସଙ୍ଗରେ ମୋଦୀ କ୍ଷମା ମାଗନ୍ତୁ : କଂଗ୍ରେସ

0

ନୂଆଦିଲ୍ଲୀ : ଗୁଜରାତ ନିର୍ବାଚନକୁ ପ୍ରଭାବିତ କରିବା ଉଦ୍ୟମ କରିଥିଲା ପାକିସ୍ତାନ। ଗୁଜରାତ ବିଧାନସଭା ନିର୍ବାଚନ ପ୍ରଚାରବେଳେ ଗତ ଡିସେମ୍ବର ୧୦ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି ଅଭିଯୋଗ କରିଥିଲେ। କିନ୍ତୁ ଏହି ଅଭିଯୋଗ ଅବାସ୍ତବ ଥିଲା ଓ କୌଣସି ସତ୍ୟ ଆଧାରିତ ନଥିଲା ବୋଲି ସମ୍ପ୍ରତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସ୍ପଷ୍ଟ ହୋଇଛି। ସକେତ ଗୋଖଲେ ନାମକ ଜଣେ ସୂଚନାଧିକାର କର୍ମୀଙ୍କ ପକ୍ଷରୁ ସୂଚନାଧିକାର ଆଇନ ବଳରେ ଆହୂତ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଜବାବ ଦେଇଛି। ବିଭିନ୍ନ ଗଣମାଧ୍ୟମ ସୂତ୍ରକୁ ୁଦ୍ଧାରକରି ମୋଦୀ ଏଭଳି ମନ୍ତବ୍ୟ ଦେଇଥିଲେ ବୋଲି ଏଥିରେ କୁହାଯାଇଛି। ସେତେବେଳେ କଂଗ୍ରେସ ନେତା ମଣିଶଙ୍କର ଆୟାରଙ୍କ ଘରେ ଦଳର କିଛି ବରିଷ୍ଠ ନେତା ଓ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଖୁର୍ସିଦ ମହମ୍ମଦ କସୁରୀ ପ୍ରମୁଖଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା। ଏହାକୁ ନେଇ ମୋଦୀଙ୍କ ଗୁଜରାତ ନିର୍ବାଚନ ଫଳାଫଳ ଓଲଟାଇବା ପାଇଁ କଂଗ୍ରେସ ପାକିସ୍ତାନ ସହାୟତରାରେ ଉଦ୍ୟମ ଚଳାଇଥିବା ଅଭିଯୋଗ କରିଥିଲେ। ଏମିତିକି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ମଧ୍ୟ ଏହି ବିବାଦକୁ ମୋଦୀ ଟାଣିଥିଲେ। ଏବେ ମୋଦୀଙ୍କ ମନ୍ତବ୍ୟ ଅବାଞ୍ଛିତ ଥିଲା ବୋଲି ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ମୋଦୀ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି। ନିଜେ ମନମୋହନ ସିଂହ ଏଭଳି ଦାବି କରିଛନ୍ତି। ଏଭଳି ଡାହା ମିଛ ପାଇଁ ଯଦି ପ୍ରଧାନମନ୍ତ୍ରୀ କିମ୍ବା ବିଜେପି କ୍ଷମା ନ ମାଗନ୍ତି; ତେବେ ଗଣତନ୍ତ୍ର ବିପଦାପନ୍ନ ହୋଇପଡ଼ିବ ବୋଲି ସେ କହିଛନ୍ତି। କଂଗ୍ରେସ ମୁଖପାତ୍ର ପବନ ଖେରା ମଧ୍ୟ ସେତେବେଳେ ମୋଦୀଙ୍କ ଏଭଳି ମନ୍ତବ୍ୟକୁ ଅତି ନିମ୍ନ ମାନର ବୋଲି ଅଭିହିତ କରିଛନ୍ତି।

Leave A Reply