କଂଗ୍ରେସରେ ମିଶିଲେ ଶତାଧିକ ବିଜେପି କର୍ମୀ

ଆଗଲପୁର : ଲୋଇସିଂହା ନିର୍ବାଚନ ମଣ୍ଡଳି ଅଧିନସ୍ଥ ଆଗଲପୁର ବ୍ଲକ ଅଞ୍ଚଳର ଶତାଧିକ ଅସନ୍ତୋଷ ବିଜେପିକର୍ମୀ ମଙ୍ଗଳବାର କଂଗ୍ରସରେ ଯୋଗ ଦେଇଛନ୍ତି। ପ୍ରାପ୍ତସୂଚନା ଅନୁସାରେ ଦିର୍ଘଦିନଠାରୁ ବିଜେପି ଦଳରେ ବିଭିନ୍ନ ଦଳୀୟକାର୍ଯ୍ୟ ତୁଲାଇ ଆସୁଥିବା କର୍ମୀମାନଙ୍କୁ ବିଜେପି ତରଫରୁ ଅଣଦେଖା କରିବା ଓ କୌଣସି ବୈଠକରେ ନଡାକିବା ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶେଷରେ ଆଗଲପୁର କଂଗ୍ରସ ଦଳର ବ୍ଲକ ସଭାପତି ମନମୋହନ ପେଟେଲ, ଆଗଲପୁର ଜୋନ ସଭାପତି ବିଶ୍ୱଜିତ ସିଂଦେଓ ଙ୍କ ନେତୃତ୍ତ୍ୱରେ ଆଗଲପୁର ସାପ୍ତାହିକ ବଜାର ପ୍ରାଙ୍ଗଣରେ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା।

Comments are closed.