ସିଦ୍ଧରମେୟାଙ୍କୁ ମର୍ସିଡିଜ୍ ବେଞ୍ଜ ଉପହାର

0

ବେଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୈତିକ ସଂକଟ ଲାଗି ରହିଥିବା ବେଳେ କଂଗ୍ରେସର ବିଧାୟକ ବାଇରଥି ସୁରେଶ ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଏକ ମର୍ସିଡିଜ୍ ବେଞ୍ଜ ସେଡାନ କାର ଉପହାର ଦେଇଛନ୍ତି। ଏହି କାର୍‌ର ମୂଲ୍ୟ ପ୍ରାୟ ୧.୮ କୋଟି ଟଙ୍କା । ହେବାଲ ନିର୍ବାଚନଣ୍ଡଳୀର ବିଧାୟକ ସୁରେଶ ରାଜ୍ୟର ସବୁଠାରୁ ଧନୀ ବିଧାୟକ ବୋଲି ନିର୍ବାଚନ ସତ୍ୟପାଠରୁ ଜଣାଯାଇଛି। ତେବେ ସୁରେଶ କହିଛନ୍ତି ଯେ ମର୍ସିଡିଜ୍ କାରକୁ ସିଦ୍ଧରମୈୟାଙ୍କୁ ଉପହାର ଭାବେ ଦେଇ ନାହାନ୍ତି। କାର୍‌ଟିକୁ ସେ ସିଦ୍ଧରମୈୟାଙ୍କୁ ବ୍ୟବହାର ଲାଗି ଦେଇଛନ୍ତି। ସୁରେଶ କହିଛନ୍ତି ଯେ କାର୍‌ଟି ତାଙ୍କ ପତ୍ନୀଙ୍କ ନାମରେ ପଞ୍ଜିକୃତ ହୋଇଛି। ତେଣୁ ଜଣେ ବନ୍ଧୁଙ୍କ ଆବଶ୍ୟକତା ସମୟରେ ନିଜ କାର୍ ବ୍ୟବହାର ଲାଗି ଦେବାରେ କିଛି ଅସୁବିଧା ନାହିଁ। ସୁରେଶଙ୍କୁ ମେଣ୍ଟ ସରକାରରେ କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ କରାଯାଇଛି।

Leave A Reply