କଂଗ୍ରେସ ବିଧାୟକ ଦଳ ବୈଠକରେ ମାନସ ମନ୍ଥନ

0

ଭୁବନେଶ୍ୱର : ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ କଂଗ୍ରେସ ବିଧାୟକ ଦଳ ବୈଠକ ବୁଧବାର ଶେଷ ହୋଇଛି । ଏହି ବୈଠକରେ କଂଗ୍ରେସର ୪ ବିଧାୟକ ନବ ଦାସ, କୃଷ୍ଣ ସଗରିଆ, କେ ସୂର୍ଯ୍ୟନାରାୟଣ ରାଓ, କୈଳାସ କୁଳେସିକା ଯୋଗଦେଇନଥିଲେ । କଂଗ୍ରେସର ଏହି ୪ ବିଧାୟକଙ୍କୁ ଛାଡି ଅନ୍ୟ ବିଧାୟକମାନେ ବୈଠକରେ ଉପସ୍ଥିତ ଥିଲେ ।

ବୈଠକ ଶେଷ ହେବା ପରେ ବିରୋଧୀ ଦଳ ଉପନେତା ଚିରଂଜୀବି ବିଶ୍ୱାଳ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମାର୍ଚ୍ଚ ୧୬ରେ ଦିଲ୍ଲୀରେ ଏଆଇସିସି ବୈଠକ ହେଉଛି । ଏହି ବୈଠକରେ ଯୋଗଦେବାକୁ ଓଡ଼ିଶାର କଂଗ୍ରେସ ନେତା ଦିଲ୍ଲୀ ଯିବେ । ସେଠାରେ ଦଳର ସ୍ଥିତି ଓ ସଂଗଠନ ଉପରେ ହାଇକମାଣ୍ଡଙ୍କୁ ଅବଗତ କରିବୁ । ଏହାସହ ବିଧାନସଭାରେ କଂଗ୍ରେସର ଋଣନୀତି ନେଇ ଆଲୋଚନା ହୋଇଛି ବୋଲି ଚିରଞ୍ଜୀବି ପ୍ରକାଶ କରିଛନ୍ତି ।

ବୈଠକ ପୂର୍ବରୁ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ ବିଧାନସଭା ଅଧିବେଶରେ କଂଗ୍ରେସର ଆଭିମୁଖ୍ୟ ଓ ଋଣନୀତି ସମ୍ପର୍କରେ ଆଲୋଚନା କରାଯିବ । ବିଜେପୁର ବିଧାନସଭା ଉପନିର୍ବାଚନରେ ପରାଜୟ, ପିସିସି ସଭାପତି ପରିବର୍ତ୍ତନ ନେଇ ଆଲୋଚନା କରାଯିବ । ଏନେଇ ଆଲୋଚନା କରାଯାଇଛି କି ନାହିଁ ତାହା ଜଣାପଡିନାହିଁ ।

Leave A Reply