କ୍ଷମା ମାଗିଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗନ୍ଦି ନାଲି’ କହିବା ମନ୍ତବ୍ୟ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ମହଙ୍ଗା ପଡିଛି । ଏହା ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଶେଷରେ ଅଧିର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମା ମାଗିଛନ୍ତି ।ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଅଧିର କହିଛନ୍ତି, ହିନ୍ଦି ଭଲ ଭାବେ ଜାଣିନଥିବାରୁ ଭୁଲ ବସତଃ ଏହି ଶବ୍ଦ ତାଙ୍କ ପାଟିରୁ ବାହାରି ଯାଇଥିଲା।ଅଧିର ଆହୁରି ମଧ୍ୟ କହିଛନ୍ତି ଯହି ଏହି ଶବ୍ଦ ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ କାହାକୁ ଆଘାତ ପହଞ୍ଚାଇଛି ସେଥିପାଇଁ ସେ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗୁଛନ୍ତି।

Comments are closed.