କଂଗ୍ରେସର ମୋଦୀ ବିରୋଧୀ ଅଭିଯାନ ମିଛ: ଜେଟଲୀ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କଂଗ୍ରେସ ଚଳାଇଥିବା ଅଭିଯାନ ମିଥ୍ୟା ଅଟେ ଏବଂ ଏହା କେବଳ ମୋଦୀଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି। ରବିବାର ଜେଟଲୀ ତାଙ୍କ ଟ୍ୱିଟରେ କହିଛନ୍ତି, ଯେତେବେଳେ ସରକାର ବିରୁଦ୍ଧରେ କୌଣସି ଅଭିଯୋଗ ନାହିଁ ସେତେବେଳେ ମିଛ କହିବାକୁ ପଡେ କିମ୍ବା ଅଭଦ୍ର ଭାଷା ପ୍ରୟୋଗ କରାଯାଏ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଯେତେ ମିଥ୍ୟା ତଥ୍ୟ ପରିବେଷଣ କରାଯିବ, ତାଙ୍କ ସଂକଳ୍ପ ସେତେ ଦୃଢ଼ ହେବ। ପୂର୍ବରୁ ମଧ୍ୟ ଜେଟଲୀ କଂଗ୍ରେସକୁ ଏଭଳି ମିଥ୍ୟା ପ୍ରଚାର ପାଇଁ ସମାଲୋଚନା କରିଥିଲେ। ଶନିବାର ସେ ଏକ ଟ୍ୱିଟରେ କହିଥିଲେ ଯେ, ରାଫେଲ, ଵାଲାକୋଟ, ବିଚାରପତି ଲୋୟାଙ୍କ ହତ୍ୟା, ଋଣ ଛାଡ଼, ଇଭିଏମ, ଜିଏସଟି, ନୋଟବଂଦୀ, ନୀରବ ମୋଦୀ ଏବଂ ବିଜୟ ମାଲ୍ୟା ଭଳି ମିଛ ପ୍ରସଙ୍ଗ ଏବେ କଂଗେସକୁ ଧରାଶାୟୀ କରିଛି।

Leave A Reply