ନିର୍ବାଚନ ପ୍ରଚାର ପାଇଁ ହେଲିକପ୍ଟର ମିଳୁନାହିଁ : କଂଗ୍ରେସ

0

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନର୍ବାଚନକୁ ନେଇ ରାଜନୈତିକ ଦଳ ମାନଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଛି। ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ଆରୋପ ପ୍ରତ୍ୟାରୋପ ଦେଖାଯାଉଛି। ସୂଚନା ଅନୁସାରେ ନିର୍ବାଚନ ପ୍ରଚାର କରିବା ପାଇଁ କଂଗ୍ରେସକୁ ହେଲିକପ୍ଟର ମିଳୁନଥିବା ଜଣାପଡିଛି। କାରଣ ବିଜେପି ସମସ୍ତ ହେଲିକପ୍ଟର ଓ ଚୋପରର ବୁକିଂ କରିସାରିଛି। କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମାଙ୍କ କହିବା ଅନୁସାରେ ପାର୍ଟିକୁ କୌଣସି ଚାଟାର୍ଜ ପ୍ଲେନ ମଳୁନାହିଁ, କାରଣ ବିଜେପି ସମସ୍ତ ହେଲିକପ୍ଟରକୁ ବୁକିଂ କରିସାରିଛି। ସେ ଆହୁରି କହିଛନ୍ତି ୪ହଜାର କୋଟି ଟଙ୍କା ଅଧିକାରେ ବିଜେପି ନିର୍ବାଚନ ଲଢିବ ବୋଲି ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ବିଦାନସଭା ନିର୍ବାଚନରେ ଅନ୍ୟଦଳ ମାନଙ୍କ ତୁଳନାରେ ବିଜେପି ଅଧିକ ହେଲିକପ୍ଟର ବ୍ୟବହାର କରିଛି।

 

Leave A Reply