ଏକାଠି ଲଢିବେ କଂଗ୍ରେସ ଓ ନ୍ୟସନାଲ କନଫ୍ରେନ୍ସ

0

ଜାମ୍ମୁ : ଲୋକସଭା ନିର୍ବାଚନର ମାହୋଲ ଦେଶର ସମଗ୍ର ରାଜ୍ୟରେ ଦେଖିବାକୁ ମିଳୁଛି। ସେହିପରି ଜାମ୍ମୁ-କାଶ୍ମୀରରେ ବୁଧବାର କଂଗ୍ରେସ ଓ ନ୍ୟାସନାଲ କନଫ୍ରେନ୍ସ ମଧ୍ୟରେ ମେଣ୍ଟ ହୋଇଛି। ଏ ନେଇ କଂଗ୍ରେସ ନେତା ଗୁଲାମ ନବି ଆଜାଦ କହିଛନ୍ତି ଜମ୍ମୁ ଓ ଉଧମପୁର ଆସନରେ କଂଗ୍ରେସ ଲଢିବ। ସେହିପରି ନ୍ୟାସନାଲ କନଫ୍ରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଶ୍ରୀନଗର ନିର୍ବାଚନ ଲଢିବେ। ଅନନ୍ତନାଗ, ବାରାମୁଳା ଓ ଲାଦାଖରେ ଉଭୟ ନ୍ୟାସନାଲ କନଫ୍ରେନ୍ସ ଓ କଂଗ୍ରେସ ନିର୍ବାଚନ ଲଢିବେ। ଜାମ୍ମୁ-କାଶ୍ମୀରରେ ୬ ଲୋକସଭା ଆସନ ପାଇଁ ୫ଟି ପ୍ରର୍ଯ୍ୟାୟରେ ନିର୍ବାଚନ ହେବ।
ଫାରୁକ ଅବଦୁଲ୍ଲା ଆହୁରି କହିଛନ୍ତି, ବର୍ତ୍ତମାନ ଭାରତ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦରେ ଜାମ୍ମୁ-କାଶ୍ମୀରବାସୀ ଫସି ରହୁଛନ୍ତି। ତେଣୁ ଦେଶରେ ଏକ ଧର୍ମନିରପକ୍ଷ ସରକାରର ଆବଶ୍ୟକତା ରହିଛି। ଯଦି ଆମେ ଦେଶରେ ଏଭଳି ନିଜ ନିଜ ଭିତରେ ମାଡଗୋଳ କରିବା ଏହାର ଫାଇଦା ପାକିସ୍ତାନ ଓ ଚୀନ ନେବ।

Leave A Reply