ଜାଲ ଜମିପଡା ବଣ୍ଟନକୁ ନେଇ ଜିଳାପାଳ କାର୍ଯ୍ୟାଳୟ ଘେରିଲା କଂଗ୍ରେସ

0

ଜୟପୁର: ଜାଲ ଜମିପଡା ବଣ୍ଟନକୁ ନେଇ କଂଗ୍ରେସ ନେତା ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ନେତତ୍ଵରେ ଏକ ଶୋଭାଯାତ୍ର ସହର ଉପକଣ୍ଠରୁ ବାହାରି ଜିଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଆନ୍ଦୋଳନକାରୀମାନେ ଜାଲ ଜମିପଡା ବଣ୍ଟିଥିବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ରବିନାରୟଣ ନନ୍ଦଙ୍କ ଗିରଫ ଦାବି କରଯାଇଛି ।

ସୂଚନାଯୋଗ୍ୟ, ୨୦୧୦ରୁ ୨୦୧୨ ମଧ୍ୟରେ ଜୟପୁର ହିତାଧିକାରୀଙ୍କୁ ପୂର୍ବତନ ମନ୍ତ୍ରୀ ରବିନାରୟଣ ନନ୍ଦଜମି ପଟା ବଣ୍ଟି ଥିଲେ ।  ଯାହାର କୌଣସି ରେକର୍ଡ ତହସିଲ କାର୍ଯ୍ୟାଳୟରେ ନ ଥିବା ଜଣାପଡିଛି । ମିଳିଥିବା ଜମିପଟାକୁ ନେଇ କୌଣସି ଲୋନ୍ ବା ସୁବିଧା ନ ମିଳିବାରୁ ତାହା ଜାଲ ଜମିପଟା ବୋଲି ହିତାଧିକରୀ ଜାଣିବା ପରେ ସେମାନଙ୍କ କ୍ଷୋଭ ସୃଷ୍ଟି ହୋଇଥିଲା। ଆଜି ଏହାର ପ୍ରତିବାଦରେ ପୂର୍ବତନ ମନ୍ତ୍ରୀ ରବିନାରୟଣ ନନ୍ଦଙ୍କ ଗିରଫ ଦାବି କରି ଜୟପୁର ବାସନ୍ଦା ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Leave A Reply