ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଯାଜପୁର: ଦେଶର ଅର୍ଥନିତିରେ ଅବନତି, ବେକାରୀ ବୃଦ୍ଧି, ଦରଦାମ ବୃଦ୍ଧି ଓ ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଶୁକ୍ରବାର ଯାଜପୁର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ରରେ ବିଜେପି ସରକାର ଆସିବା ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଫଳ ହୋଇଛି। ଯାହା ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଦେଶରେ କ୍ରମାଗତ ଭାବେ ଜିଡିପି ହାର କମିବାରେ ଲାଗିଛି, ସାଧାରଣ ଖାଉଟି ହଇରାଣ ହରକତ ହେଉଥିବା ଅଭିଯୋଗ କରି କଂଗ୍ରେସ ଜିଲା ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିଭଳି ରାଜ୍ୟରେ ନାରୀ ନିର୍ଯ୍ୟତନା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।  ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।

Comments are closed.