କଂଗ୍ରେସ ହାତ ଛାଡିଲେ ସୋନାଲି ସାହୁ

ଭୁବନେଶ୍ୱର : ଟିକେଟ୍ ଆବଣ୍ଟନକୁ ନେଇ ଦଳ ଛାଡିଛନ୍ତି ଆଉ ଜଣେ କଂଗ୍ରେସ ନେତ୍ରୀ । କଂଗ୍ରେସର ମୁଖପାତ୍ର ସୋନାଲି ସାହୁ ଗୁରୁବାର ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସୋନାଲି ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ପାଇବା ପାଇଁ ଆଶାୟୀ ଥିଲେ । ହେଲେ ତାଙ୍କୁ କଂଗ୍ରେସରୁ ଟିକେଟ ମିଳିନଥିଲା। ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବାରୁ ସେ ଦଳ ଛାଡିଛନ୍ତି ବୋଲି ଶୁଣିବାକୁ ମିଳିଛି । ସୂଚନା ଯୋଗ୍ୟ, ପ୍ରଦେଶ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଗତ କିଛି ଦିନ ପୂର୍ବରୁ ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ​‌ହୋଇ ଦଳ ଛାଡି ବିଜେଡିରେ ମିଶିଛନ୍ତି ।

Comments are closed.