ହାତୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ୧୦ଲକ୍ଷ ଟଙ୍କା ସହାୟତା

0

ବଡ଼ସାହି: ହାତୀ ପାଇଁ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ଶିମଳିପାଳ ଓ ଝାଡଖଣ୍ଡ ହାତୀପଲଙ୍କ ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ବଡସାହି ବ୍ଲକ ସମେତ ଖୁଂଟା ଓ ଶାମାଖୁଂଟା ବ୍ଳକର ବହୁ ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ସେଗୁଡିକର ଆବେଦନ ଅନୁଯାୟୀ ତଦନ୍ତ ପରେ ବନବିଭାଗ ପକ୍ଷରୁ ୪୮୧ଜଣ ଚାଷୀଙ୍କୁ ମୋଟ ୧୦ଲକ୍ଷ ୪୬ହଜାର ୬ଶହ ଟଙ୍କା ପ୍ରଦାନ କରାଯାଇଛି। ସହାୟତା ମଧ୍ୟରେ ସର୍ବନିମ୍ନ ୫ଶହ ଟଙ୍କାରୁ ଆରମ୍ଭ କରି ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଚାଷୀମାନେ ପାଇଛନ୍ତି ବୋଲି ଡୁକୁରା ରେଞ୍ଜର ଅନନ୍ତ କୁମାର ଜେନା କହିଛନ୍ତି।

Leave A Reply