ସିପିଆଇ(ଏମ) ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା

0

ନୂଆଦିଲ୍ଲୀ: ସିପିଆଇ(ଏମ) ଆସନ୍ତା ଲୋକସଭା ନିର୍ବାଚନ ପାଇଁ ତାର ପ୍ରଥମ ୪୫ ଜଣିଆ ପ୍ରାଥୀ ତାଲିକା ପ୍ରକାଶ କରିଛି। ତାଲିକାରେ ପଶ୍ଚିମବଙ୍ଗ ପାଇଁ ୧୬ ଜଣ, କେରଳ ପାଇଁ ୧୬, ତ୍ରିପୁରା, ଆସାମ ଓ ତାମିଲନାଡୁ ପାଇଁ ୨ ଜଣ ଲେଖାଏଁ ଏବଂ ଓଡିଶା, ପଞ୍ଜାବ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ଲାକ୍ଷାଦ୍ଵୀପ ଓ ହରିୟାଣା ପାଇଁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। କେରଳ ସିପିଆଇ(ଏମ) ସାଂସଦ ଏମ. ବି. ରାଜେଶ ପାଲକଡ଼ ଆସନରୁ ଏବଂ ପି.କେ. ବିଜୁ ଅଲଥୁର ଆସନରୁ ପ୍ରତିଦ୍ୱନ୍ଦିତା କରିବା ସ୍ଥିର ହୋଇଥିବା ବେଳେ ଦଳର ପଶ୍ଚିମବଙ୍ଗ ସାଂସଦ ମହମ୍ମଦ ସଲିମ ରାଇଗଣୀ ଆସନରୁ ଓ ବଦରୁଦାଯା ଖାନ ମୁର୍ଶିଦାବାଦ ଆସନରୁ ପ୍ରତିଦ୍ୱନ୍ଦିତା କରିବେ।

Leave A Reply