ବକ୍ସ ଅଫିସରେ ଦର୍ଶକଙ୍କ ମନ କିଣୁଛି ‘କମାଣ୍ଡୋ-୩’: ଜାଣନ୍ତୁ ୨ ଦିନର ଆୟ

ମୁମ୍ବଇ: ବିଦ୍ୟୁତ ଜାମୱାଲଙ୍କ ଅଭିନୀତ ‘କମାଣ୍ଡୋ-୩’ ବକ୍ସ ଅଫିସରେ ଉଲ୍ଲେଖନୀୟ ବ୍ୟବସାୟ କରୁଛି। ମୁକ୍ତିଲାଭର ପ୍ରଥମ ଦିନରେ ଏହା ୪.୭୪ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନର ଆୟରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ଘଟିଛି। ଦ୍ୱିତୀୟ ଦିନରେ ଚଳଚ୍ଚିତ୍ର ୫.୬୪ କୋଟି ଟଙ୍କା ଆୟ କରିଥିବା ସୂଚନା ମିଳିଛି। ଏହା ସହିତ ୨ ଦିନରେ ଚଳଚ୍ଚିତ୍ରର ମୋଟ୍‍ ଆୟ ୧୦.୩୮ କୋଟି ଟଙ୍କାରେ ପହଞ୍ଚିଛି। ଚଳଚ୍ଚିତ୍ରରେ ବିଦ୍ୟୁତ ଅଭିନୟର ଖୁବ୍‍ ପ୍ରଶଂସା କରାଯାଉଛି। ଚଳଚ୍ଚିତ୍ରରେ ଭରପୁର ଆକ୍ସନ ରହିଛି।
ସୂଚନାଯୋଗ୍ୟ, ‘କମାଣ୍ଡୋ-୩’କୁ ଦେଶରେ ୨୪୫୬ ପରଦା ଓ ବିଦେଶରେ ୨୮୩ ପରଦାରେ ମୁକ୍ତିଲାଭ କରାଯାଇଛି। ଚଳଚ୍ଚିତ୍ରରେ ବିଦ୍ୟୁତ୍‍ କମାଣ୍ଡୋ କରଣ ସିଂହ ଡୋଗରା ଭୂମିକାରେ ଅଭିନୟ କରିଛନ୍ତି। ଅଦା ଶର୍ମା ଓ ଗୁଲଶନ ଦେଭୈୟାଙ୍କୁ ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ଅମୃତଲାଲ ଶାହଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ଆଦିତ୍ୟ ଦତ୍ତ ନିର୍ଦ୍ଦେଶନା ଦେଇଛନ୍ତି। ‘କମାଣ୍ଡୋ-୩’ ୨୦୧୭ରେ ମୁକ୍ତିଲାଭ କରିଥିବା ‘କମାଣ୍ଡୋ-୨’ର ସିକ୍ୱେଲ।

Comments are closed.