ମୃଦୁ ପାନୀୟ ଶରୀର ପାଇଁ କ୍ଷତିକାରକ

0

ଆପଣମାନେ ତ ଜାଣିଛନ୍ତି ମୃଦୁ ପାନୀୟ ଶରୀର ପାଇଁ କ୍ଷତିକାରକ। କାରଣ ଏହା ମୋଟାପଣ ବୃଦ୍ଧି, ମଧୁମେହ ରୋଗ ବଢାଇବାର ସମ୍ଭାବନା ରଖିଥାଏ। ଶୋଷ ଲାଗିଲେ ପିଉଥିବା ପାନୀୟ ଦ୍ରବ୍ୟ ଆପଣଙ୍କ ଶରୀରକୁ ଅନେକ ରୋଗକୁ ନିମନ୍ତ୍ରଣ ଦେଇଥାଏ। ମୃଦୁ ପାନୀୟର ଅତ୍ୟଧିକ ସେବନ ଦ୍ବାରା ରୋଗ ହେବାର ସମ୍ଭାବନା ବୃଦ୍ଧି ହୋଇଥାଏ। ଏହା ଆପଣଙ୍କ ବୃକକ ଉପରେ ପ୍ରଭାବ ପକାଇଥାଏ। ବୃକକରେ ଷ୍ଟୋନ ରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ।

ମୃଦୁ ପାନୀୟ ପିଇଲେ ଆମ ଶରୀରରେ ହଜମ ପ୍ରକ୍ରିୟା ଉପରେ କିଛି ପ୍ରଭାବ ପଡିଥାଏ। ଯଦି  ଆପଣ ଦିନକୁ ଦୁଇ ଥରରୁ ଅଧିକ ମଧୁ ପାନୀୟ ପିଉଛନ୍ତି ତେବେ ଆପଣଙ୍କ ବୃକକ ଖରାପ ହୋଇଯିବାର ସମ୍ଭାବନା ରହିଛି।

ଆପଣଙ୍କୁ ମୃଦୁ ପାନୀୟ ପିଇବାକୁ ଇଚ୍ଛା ହେଲେ ପଇଡ ପାଣି, ଫଳ ରସ, ଦହି ଇତ୍ୟାଦି  ପିଇ ପାରିବେ। ଯଥା ସମ୍ଭବ ପାଣି ସଠିକ ମାତ୍ରାରେ ପିଅନ୍ତୁ। ଏହାଦ୍ବାରା ଶରୀରରେ କୌଣସି ପ୍ରକାରର ଖରାପ ପ୍ରଭାବ ପଡି ନ ଥାଏ।

Leave A Reply