କୋଇଲା ବ୍ଳାଷ୍ଟିଂ ବେଳେ ଅଘଟଣ ; ଜଣେ ଶ୍ରମିକ ମୃତ

ତାଳଚେର : ତାଳଚେର ଏମସିଏଲ୍ ର ଭରତପୁର କୋଇଲା ଖଣିରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମଙ୍ଗଳବାର ଦିନ କୋଇଲା ବ୍ଳାଷ୍ଟିଂ ବେଳେ ମାଟି ଧସିଥିଲା । ଫଳରେ ମାଟି ତଳେ ଅନେକ ଶ୍ରମିକ ଫସି ରହିଥିଲେ । ବୁଧବାର ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୯ ଜଣଙ୍କୁ ଗୁରୁତର ଭାବରେ ଉଦ୍ଧାର କରାଯାଇଛି । ଗୁରୁତର ଶ୍ରମିକଙ୍କୁ ସେଣ୍ଟ୍ରାଲ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।

Comments are closed.