ସହିଦଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମବେଦନା

0

ଭୁବନେଶ୍ୱର : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନ ପ୍ରସନ୍ନ ଓ ମନୋଜଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ  ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଟେଲିଫୋନ ମାଧ୍ୟରେ ପରିବାର ଲୋକଙ୍କ ସହ ସେ କଥା ହୋଇଛନ୍ତି। ଏଥିସହିତ ସହିଦଙ୍କ ପରିବାରକୁ ଭେଟିବାକୁ ସ୍ୱାସ୍ଥ୍ୟ ଓ ଅର୍ଥମନ୍ତ୍ରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଏକ ମିନିଟ୍‍ ନୀରବ ପ୍ରାର୍ଥନା କରିଛନ୍ତି। ତେବେ ଏହି ଆକ୍ରମଣରେ ସେ ଗଭୀର ମର୍ମାହତ ହୋଇଥିବା କହିବା ସହ ଏହି ହୃଦୟ ବିଦାରକ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି।

Leave A Reply