ଦିଲ୍ଳୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ : କେନ୍ଦ୍ରୀୟ ଅନୁଦାନ ପାଇଁ ଉଦ୍ୟମ କରିବାକୁ ଅଧିକାରୀଙ୍କୁ ନିର୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀରେ ଓଡ଼ିଆ ସଂସ୍କୃତିକ କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ଆବଶ୍ୟକ ଜମି ପାଇଁ ସ୍ଥାନୀୟ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରି ଆବଣ୍ଟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତ କାର୍ଯ୍ୟାଳୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଓଡ଼ିଶାକୁ ମିଳିବାକୁ ଥିବା କେନ୍ଦ୍ରୀୟ ଅନୁଦାନର ସ୍ଥିତି ବିଷୟରେ ଶନିବାର ଦିନ ସ୍ଥାନୀୟ ୩ ଏ ପି ଜେ ଅଦବୁଲ କାଲାମ ରୋଡ଼ସ୍ଥିତ ବାସଭବନରେ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟଳୟ ଅଧିକାରୀଙ୍କ ସହ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମୀକ୍ଷା କରିଥିଲେ। ଉପସ୍ଥିତ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ଯେ କେନ୍ଦ୍ରୀୟ ଯୋଜନା ବାବଦରେ ୭ ନଭେମ୍ବର ୨୦୧୯ ସୁଦ୍ଧା ଓଡ଼ିଶା ୭,୫୪୪ କୋଟି ରାଶି ପାଇବ। କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନେରଗା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଏନଏସଏପି ଆଦି କେନ୍ଦ୍ରୀୟ ଯୋଜନା ବାବଦରେ ୬ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ମିଳିବାର ସମ୍ଭାବନା ରହିଛି। ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ବିଭାଗ ସହ ସମନ୍ୱୟ ରଖି କେନ୍ଦ୍ରୀୟ ପାଣ୍ଠି ଶ୍ରୀଘ୍ର ଆଣିବା ନିମନ୍ତେ ଉଦ୍ୟମ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଥ୍‍ôଲେ। ଏଥିସହ କେନ୍ଦ୍ରୀୟ ଅନୁଦାନ ପାଇଁ ନିରନ୍ତର ଉଦ୍ୟମ ଜାରି ରଖିବାକୁ ଦିଲ୍ଲୀ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ। ସେହିପରି ପ୍ରଶାସନିକ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବାକୁ ରାଜ୍ୟ ସରକାରଙ୍କ ୫ଟି ଯୋଜନାକୁ ସଫଳତାର ସହ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୈଠକରେ ଗୁରୁତ୍ୱ ଆରୋପ କରିଥିଲେ।

Comments are closed.