କିଡ଼ନୀ ହରାଇଥିବା ସାମ୍ବାଦିକଙ୍କ ଚିକିତ୍ସା ପାଇଁ କଲ୍ୟାଣ ପାଣ୍ଠିରୁ ୨ ଲକ୍ଷ ସହାୟତା

ଭୁବନେଶ୍ୱର : ଶୁକ୍ରବାର ଢେଙ୍କାନାଳ ଜିଲାର ଜଣେ କର୍ମଜୀବୀ ସାମ୍ବାଦିକ ଆଦିତ୍ୟ ପଣ୍ଡାଙ୍କ କିଡ୍‌ନୀ ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯାଇଛି। ଏହି କଲ୍ୟାଣ ପାଣ୍ଠି ଗଠନ ହେବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି।

ଦୈନିକ ପ୍ରମେୟ ଖବରକାଗଜର ଢେଙ୍କାନାଳ ଜିଲା ପ୍ରତିନିଧି ଭାବେ କାର୍ଯ୍ୟରତ ଆଦିତ୍ୟ ପଣ୍ଡାଙ୍କର ଦୁଇଟି ଯାକ କିଡ୍‌ନୀ ଅକାମୀ ହୋଇଯାଇଛି। ତାଙ୍କ ଭଉଣୀ ତାଙ୍କୁ ଗୋଟିଏ କିଡନୀ ପ୍ରଦାନ କରିବାକୁ ସହମତି ଦେଇଛନ୍ତି। ତେବେ ପ୍ରତିରୋପଣ ପାଇଁ ୯ ଲକ୍ଷ ଟଙ୍କା ଆବଶ୍ୟକ ଥିବାବେଳେ ସରକାରଙ୍କ ପକ୍ଷରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ଜଣାପଡିଛି। ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ଚିକିତ୍ସା ହେବ ବୋଲି ଜଣାପଡିଛି।

ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ପରାମର୍ଶଦାତା ମାନସ ପ୍ରାରମ୍ଭିକ ସହାୟତା ଅର୍ଥ ପ୍ରଦାନ କରିଛନ୍ତି। ଜଣେ ସାମ୍ବାଦିକ ଭାବେ ମାନସଙ୍କ ପ୍ରତି ରାଜ୍ୟ ସରକାରଙ୍କ ସହୃଦୟତାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ସହାୟତା ପାଇଥିବା ସାମ୍ବାଦିକ ଆଦିତ୍ୟ ପଣ୍ଡା ମଧ୍ୟ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Comments are closed.