ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ଼୍ ସୋ କରିଥିଲେ। ହଜାର ହଜାର ପୁରୁଷ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ସ୍ବାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ଏକ ବିରାଟ ପଟୁଆରରେ ବାଜା ବାଣ ଫୁଟାଇ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ଦୁଇ କିଲୋମିଟର ବାଟ ଶୋଭାଯାତ୍ରାରେ ଯାଇଥିଲେ । ମନ୍ଦିର ନିକଟରେ ଏକ ବିଶାଳ ଜନସମୁଦାୟଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଲେ ମୋର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଓଡ଼ିଶାର ସେବା କରି ଚାଲିବି ।

Comments are closed.