ଦୀପାବଳି ପାଇଁ ଏସଓଏସ ଭିଲେଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ପବିତ୍ର ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ଓ ଅନାଥ ପିଲାମାନଙ୍କ ସହ ସନ୍ଧ୍ୟାରେ ଖୁସି ମନାଇଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଏସଓଏସ ଭିଲେଜରେ ଶହ ଶହ ପିଲାଙ୍କ ଗହଣରେ ଆଲୋକର ପର୍ବ ପାଳିଛନ୍ତି।  ଭୁବନେଶ୍ୱରରେ ଏହି ଏସଓଏସ ଭିଲେଜରେ ଶହ ଶହ ଅନାଥ ଶିଶୁ ରହୁଛନ୍ତି । ଏଥିପାଇଁ ସେ ଆଜି ସଂଧ୍ୟାରେ ଏସଓଏସ ଭିଲେଜ ଅନାଥ ପିଲାମାନଙ୍କ ସହ ମୁଖ୍ୟମନ୍ତ୍ରୀ ଦୀପାବଳି ପାଳନ କରିଛନ୍ତି ଓ ସେମାନଙ୍କୁ ଉପହାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ପିଲାମାନେ ଗୀତ ଗାଇ ତାଙ୍କୁ ସ୍ବାଗତ କରିଥିଲେ। ପ୍ରତ୍ୟେକ ପିଲା ଠିଆ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ସହ ନିଜର ପରିଚୟ ପ୍ରଦାନ କରିଥିଲେ। ଏକ ନିଆରା ଢ଼ଙ୍ଗରେ ପିଲାମାନଙ୍କ ଗହଣରେ ଏହି ଦୀପାବଳି ପାଳନ କରିଛନ୍ତି।
ଏହା ସହ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଅନାଥ ପିଲାମାନଙ୍କ ସହ
ଦୀପାବଳି ପାଳନ କରିବା ପାଇଁ ନିବେଦନ କରିଛନ୍ତି। ସେହିଭଳି ନିଜର ଦଳର କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ଭିନ୍ନକ୍ଷମ ପିଲାମାନଙ୍କ ସହ ଆଜିର ଏହି ପର୍ବ ପାଳନ କରିବାକୁ ପରାମର୍ଶ ଦେଇଥିବାବେଳେ ପୁଲିସ୍‍ ମହାନିର୍ଦ୍ଦେଶକ, ଏସ୍‍ପି ଓ ଜିଲ୍ଲାପାଳମାନଙ୍କୁ ମଧ୍ୟ ଯବାନଙ୍କ ପରିବାର ସହ ଦୀପାବଳି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Comments are closed.