ମା’ ମାଣିକେଶ୍ବରୀଙ୍କୁ ଦର୍ଶନ କଲେ ନବୀନ

କଳାହାଣ୍ଡି : ନିର୍ବାଚନ ପ୍ରଚାର ପାଇଁ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି। ସେଠାରେ ସେ ମା’ ମାଣିକେଶ୍ବରୀଙ୍କ ପୀଠକୁ ଯାଇ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମାଣିକେଶ୍ବରୀଙ୍କ ଦର୍ଶନ ପ​‌ରେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେଡି ପ୍ରତି ଲୋକଙ୍କ ସମର୍ଥନ ରହିଛି। ନିର୍ବାଚନରେ ଆମେ ବହୁତ ଭଲ କରିବୁ। କଳାହାଣ୍ଡିରେ ଅନେକ କିଛି କାର୍ଯ୍ୟ କରାଯିବ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଭବାନୀପାଟଣାରୁ ହେଲିକେପ୍ଟର ଯୋଗେ ଜୟପାଟଣା ବ୍ଲକର ଚାଚିପଡ଼ା, ତୁଳାପଡ଼ା ଏବଂ ବିଶ୍ବନାଥପୁର ଆଦି ସ୍ଥାନରେ ନିର୍ବାଚନ ପ୍ରଚାର କରିବାର କାର୍ୟ୍ୟକ୍ରମ ରହିଛି।

Comments are closed.