ନାମାଙ୍କନ ଦାଖଲ ପୂର୍ବରୁ ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ

0

ଗଞ୍ଜାମ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରପୁର ତାରାତାରିଣୀ ପୀଠରେ ପହଞ୍ଚିଛନ୍ତି। ହିଞ୍ଜିଳି ଆସନ ପାଇଁ ନାମାଙ୍କନ ଦାଖଲ ପୂର୍ବରୁ ସେ ଶକ୍ତିପୀଠରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦଳୀୟକର୍ମୀଙ୍କ ସହ ତାରାତାରିଣୀ ପୀଠ ଦର୍ଶନ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ବୁଧବାର ଦିନ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ହିଞ୍ଜିଳି ପାଇଁ ନାମାଙ୍କନ ଦାଖଲ କରିବେ।

Leave A Reply