ଭାରତୀୟ ବାୟୁସେନାକୁ ସାଲ୍ୟୁଟ ଜଣାଇଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର : ପୁଲୱାମା ଆକ୍ରମଣର ୧୨ ଦିନ ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ଥାନୀ ଆତଙ୍କବାଦୀ ସଙ୍ଗଠନ ଉପରେ ଆକ୍ରମଣ କରାଯାଇଛି। ବାୟୁସେନାର ଏହି ଆକ୍ରମଣକୁ ସାରା ଦେଶରେ ପ୍ରଶଂସା କରାଯାଉଛି। ବାୟୁ ସେନାର ଏହି ସାହାସିକତା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ପ୍ରଶଂସା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାୟୁସେନାର ଏହି ସାହାସିକ କାର୍ଯ୍ୟକୁ ସାଲ୍ୟୁଟ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ନିଜ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ‘ଭାରତୀୟ ବାୟୁସେନା ରାଷ୍ଟ୍ରର ପ୍ରତିରକ୍ଷା ପାଇଁ ଭୋରରୁ ଆତଙ୍କବାଦୀଙ୍କ ଶିବିର ଉପରେ କରିଥିବା ଆକ୍ରମଣକୁ ସାଲ୍ୟୁଟ।’

 




Leave A Reply