ଜାଣନ୍ତୁ ଲବଙ୍ଗର ଉପକାରିତା

ଲବଙ୍ଗରେ ବହୁ ଉପକାରିତା ଗୁଣ ରହିଥାଏ, ଯହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ସାଧାରଣତଃ ଲୋକେ ଏହାକୁ ମସଲା ରୂପେ ବ୍ୟବହାର କରିଥାନ୍ତି। ପଲୋଉ ଓ ବିରିୟାନୀରେ ଲବଙ୍ଗକୁ ଅଧିକ ମାତ୍ରରେ ବ୍ୟବହାର କରାଯାଏ। ଜାଣନ୍ତୁ ଏହାର ଉପକାରିତା ବିଷୟରେ ଯାହା ଆପଣଙ୍କୁ ଚକିତ କରିଦେବ।

 

୧. ଏକ ଚିମୁଟା ଲବଙ୍ଗ ପାଉଡର ନେଇ ସେଥିରେ ୧ ଚାମଚ ମହୁ ମିଶାଇ ସେବନ କଲେ ବାନ୍ତିରୁ ଉପଶମ ମିଳିଥାଏ।

୨. ନାଲି ଚା’ ରେ ଲବଙ୍ଗ ଫୁଟାଇ ପିଇବା ଦ୍ୱାରା ଜ୍ୱର ଓ ସର୍ଦ୍ଧି ଭଳି ରାଗ ବହୁତ ଶୀଘ୍ର ମୁକ୍ତି ମିଳିଥାଏ ।

୩. ଲବଙ୍ଗ ଓ ରସୁଣକୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ପାଣି ବା ମହୁ ସହ ସେବନ କଲେ ଥଣ୍ଡା, କାଶ ଓ କଫରୁ ଆରମ ମିଳିଥାଏ।

୪. ତାୱରେ ଲବଙ୍ଗକୁ ଗରମ କରି ପାଟି କଳରେ ଜାକିବା ଦ୍ବାରା କଫରୁ ଆରମ ମିଳେ ।

୫. ଏକ କପ୍‍ ପାଣିରେ ୫ଟି ଲବଙ୍ଗ ଓ ସେଥିରେ ଚିନି ମିଶାଇ ସକାଳ ଏବଂ ସଂଧ୍ୟା ବେଳେ ପିଇଲେ ମୁଣ୍ଡ ବିନ୍ଧା ଦୂର ହୋଇଥାଏ।

Comments are closed.