ଶରୀରର ଯାବତୀୟ ରୋଗ ଦୂର କରେ ଲବଙ୍ଗ ଚା’

ସାଧାରଣତଃ ବହୁତ ଲୋକ ଚା’ ପିଇବାକୁ ଭଲ ପାଆନ୍ତି। ତେବେ ଅଧିକ ଚା’ ପିଇବା ଦ୍ବାରା ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଥାଆନ୍ତି। ହେଲେ ଏପରି କିଛି ଚା’ ଅଛି ଯାହା ଶରୀର ପାଇଁ ମହୌଷଧୀ ଭଳି କାମ କରିଥାଏ। ତନ୍ମଧ୍ୟରୁ ଲବଙ୍ଗ ଚା’ ଅନ୍ୟତମ। ଲବଙ୍ଗ ଚା’ ପିଇବା ଦ୍ବାରା ଅନେକ ସ୍ବାସ୍ଥ୍ୟଗତ ଲାଭ ମିଳିଥାଏ। ଖାସ୍ କରି ଶୀତଦିନେ ଏହା ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ।

-ଲବଙ୍ଗ ଚା’ ମଧୁମେହ ଠାରୁ ଦୂରେଇ ରଖିଥାଏ।
-ଏହା କୋଲେଷ୍ଟ୍ରଲ ସ୍ତର କମାଇ ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।
-ଲବଙ୍ଗରେ ମ୍ୟାଗ୍ନେସିୟମ୍, ଭିଟାମିନ-ସି, ଭିଟାମିନ୍-କେ ଏବଂ ଭିଟାମିନ-ଇ ଆଦି ଉପକାରୀ ତତ୍ତ୍ବ ରହିଥାଏ।
-ଏଥିରେ ଥିବା ଭିଟାମିନ-ଇ ଶରୀରରେ ବୟସର ଛାପ ପଡ଼ିବାକୁ ଦିଏନାହିଁ।
-ସେହିପରି ଭିଟାବିନ୍-କେ ରକ୍ତ ଜମାଟ ବାନ୍ଧିବାରେ ସହାୟକ ହୋଇଥାଏ।
-ଏହି ଚା’ ଲିଭରରେ ଜମିଥିବା ଫ୍ୟାଟ୍କୁ ବାହାର କରିଥାଏ।
-ରକ୍ତରେ ଶର୍କରା ସ୍ତର କମାଇବାରେ ଲବଙ୍ଗ ଚା’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

Comments are closed.