୭୦ ହଜାର କୋଟିର ଜଳସେଚନ ଦୁର୍ନୀତିରେ ଅଜିତ ପୱାରଙ୍କୁ କ୍ଲିନଚିଟ୍‌

ମୁମ୍ବଇ: ମହାରାଷ୍ଟ୍ରର ବହୁ ଚର୍ଚ୍ଚିତ ଜଳସେଚନ ବିଭାଗ ଦୁର୍ନୀତିରେ ଏନସିପି ନେତା ଅଜିତ ପୱାରଙ୍କୁ କ୍ଳିନଚିଟ୍‌ ମିଳିଛି। ରାଜ୍ୟର ଆଣ୍ଟି କରପ୍‌ସନ ବ୍ୟୁରୋ(ଏସିବି) ଅଜିତଙ୍କୁ ଏହି କ୍ଲିନଚିଟ୍‌ ଦେଇଛି। ଫଳରେ ସେ ଏହି ଅଭିଯୋଗରୁ ମୁକ୍ତ ହୋଇଯାଇଛନ୍ତି। ଗତ ନଭେମ୍ବର ୨୭ରେ ଏସିବି ପକ୍ଷରୁ ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ ଦର୍ଶାଯାଇଛି ଯେ, ବିଦର୍ଭ ଜଳସେଚନ ବିକାଶ ନିଗମ(ବିଆଇଡିସି)ର ଅଧ୍ୟକ୍ଷ ଅଜିତ ପୱାରଙ୍କୁ ଏହି ଦୁର୍ନୀତି ପାଇଁ ଦାୟୀ କରାଯାଇପାରିବ ନାହିଁ। କାରଣ ଅଜିତଙ୍କ ନିକଟରେ କୌଣସି ବୈଧାନିକ ଦାୟିତ୍ଵ ନାହିଁ। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଜଳସେଚନ ବିଭାଗରେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ଜଳସେଚନ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ଏହି ଅର୍ଥ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଥିଲେ ହେଁ ବାସ୍ତବ କ୍ଷେତ୍ରରେ କୌଣସି କାର୍ଯ୍ୟ କରାଯାଇ ନ ଥିବା ଅଭିଯୋଗ ହୋଇଥିଲା।

Comments are closed.