ଜିଲା ଓଏଏସ ସଂଘର ସାଧାରଣ ପରିଷଦ ବୈଠକ

0

ନବରଙ୍ଗପୁର : ସ୍ଥାନୀୟ ସର୍କିଟ ହାଉସଠାରେ ନବରଙ୍ଗପୁର ଜିଲା ଓଡିଶା ପ୍ରଶାସନିକ ସେବା ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ସଭାପତି ତଥା ଅତିରକ୍ତ ଜିଲାପାଳ କରୁଣାକର ରାଇକା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଯୋଗଦେଇ ଗଠନ ମୂଳକ ମତ ପୋଷଣ କରିଥିଲେ। ସଂଘର ସମ୍ପାଦକ ତଥା ନବରଙ୍ଗପୁର ବିଡିଓ ଡଃ.ଗୁଣନିଧିନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୈଠକରେ ଓଡିଶା ପ୍ରଶାସନିକ ସେବାରେ ରହିଥିବା ବିଭିନ୍ନସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା। ସଂଘର ଉପସଭାପତି ତଥା ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଦାସ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ତାଙ୍କର ମତାମତ ବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କର ମଧ୍ୟରେ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ନାରାୟଣ ମୁର୍ମୁ,ଡିଆରଡିଏର ଏପିଡି ରତ୍ମାକର ସାହୁ ଓ ସଭାପତିତ୍ୱ କରୁଥିବା ଅତିରିକ୍ତ ଜିଲାପାଳ ଶ୍ରୀ ରାଇକା ନିଜନିଜର ମତ ରଖିଥିଲେ। ସଂଘର ନିୟମିତ ବୈଠକ କରିବା, ସଂଘରେ ରହିଥିବା ସମସ୍ୟାର ସମାଧାନ ପାଇଁ ରାଜ୍ୟସଂଘକୁ ଅବଗତ କରାଯିବା ଓ ସଂଘର ନିଜସ୍ୱ ପାଣ୍ଠି ବୃଦ୍ଧିପାଇଁ ଆଲୋଚନା କରାଯାଇଥିଲା। ବୈଠକରେ ପାପଡାହାଣ୍ଡି ବିଡିଓ ଆଲବର୍ଟ ଲାକ୍ରା, ଉମରକୋଟ ବିଡିଓ ତରଣୀ ସୁନା, ତେନ୍ତୁଳିଖୁଣ୍ଟିବିଡିଓ ଅଣାକାର ଠାକୁର, ନବରଙ୍ଗପୁର ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ଙ୍କର ସମେତ ଜିଲା ତାଲିମରେ ଥିବା ଓଏଏସ ଅଧିକାରୀ ପ୍ରେମଲାଲ ହିଆଲ ଓ ଯଦୁମଣି ନାଏକ ପ୍ରମୂଖ ଯୋଗ ଦେଇଥିଲେ। ଶେଷରେ ଉମରକୋଟ ବିଡିଓ ଶ୍ରୀ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply