ଧ୍ୱଂସ ତୁଳନାରେ ଗଢ଼ିବା କଷ୍ଟକର: ପ୍ରଧାନ ବିଚାରପତି

0

ନୂଆଦିଲ୍ଳୀ: କୌଣସି ଜିନିଷ କିମ୍ବା ବ୍ୟବସ୍ଥାକୁ ଧ୍ୱଂସ କରିବା ଯେତିକି ସହଜ ଗଢ଼ିବା ତା’ଠାରୁ ବହୁ ଅଧିକ କଷ୍ଟକର ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର। ବୁଧବାର ଦିନ ସୁପ୍ରିମକୋର୍ଟ ବାର ଆସୋସିଏସନ୍‍ ଦ୍ୱାରା ଅନୁଷ୍ଠିତ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ପରେ ଶ୍ରୀ ମିଶ୍ର କହିଛନ୍ତି ଯେ କାହାକୁ ସମାଲୋଚନା କରିବା ପୂର୍ବରୁ ପ୍ରଥମେ ଗଠନମୂଳକ ଚିନ୍ତାଧାରା ଜାଗ୍ରତ ହେବା ଆବଶ୍ୟକ। କିଛି ତତ୍ତ୍ୱ ସୁପ୍ରିମକୋର୍ଟର ବ୍ୟବସ୍ଥାକୁ ଦୁର୍ବଳ କରିିବାକୁ ଚେଷ୍ଟା କରୁଛନ୍ତି। ଆମେ ମିଳିତ ଭାବରେ ଏହାର ସୁରକ୍ଷା କରିବା ଆବଶ୍ୟକ। ଗତ ଜାନ୍ରୁଆରୀ ୧୨ ତାରିଖରେ ସୁପ୍ରିମକୋର୍ଟର ଚାରିଜଣ ବରିଷ୍ଠ ବିଚାରପତି ରୋଷ୍ଟର ସିଷ୍ଟମ୍‍କୁ ନେଇ ସାମ୍ବାଦିକ ସମ୍ମିଳନୀ କରିବା ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତି ଶ୍ରୀ ମିଶ୍ର ଉପରୋକ୍ତ ମନ୍ତବ୍ୟ ଦେଇଥିବା କୁହାଯାଉଛି।
କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ଶ୍ରୀ ମିଶ୍ର କହିଲେ ଯେ ଜନ ପ୍ରତିନିଧିମାନେ ଲୋକଙ୍କ ହିତରେ ଆଇନ ପ୍ରଣୟନ କରିବା ଉଚିତ। ଯଦି ସେଥିରେ କିଛି ଭୁଲ୍‍ ଭଟକା ରହିଥାଏ ତେବେ ଯାଇ ଅଦାଲତ ହସ୍ତକ୍ଷେପ କରିବେ। ଗରିବ ଓ ସମାଜର ଦୁର୍ବଳ ବର୍ଗର ସ୍ୱାର୍ଥର ସୁରକ୍ଷା ପାଇଁ ଜନସ୍ୱାର୍ଥ ମାମଲାକୁ ସେ ସ୍ୱାଗତ କରିଛନ୍ତି।

Leave A Reply