ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା; ସମ୍ବଲପୁରରୁ ରାମେଶ୍ବରମ୍ ଗଲେ ୯୭୦ ଯାତ୍ରୀ

0

ସମ୍ବଲପୁର: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଶୁକ୍ରବାର ସମ୍ବଲପୁର ରେଳ ଷ୍ଟେସନରୁ ୯୭୦ ଜଣ ଯାତ୍ରୀ ରାମେଶ୍ବରମ୍ ଓ ମଦୁରାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯାତ୍ରା ଶୁଭାରମ୍ଭ କରିଛନ୍ତି । ତେବେ ସମ୍ବଲପୁର ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟିକା ଡ.ରାଶେଶ୍ବରୀ ପ୍ରାଣିଗ୍ରାହୀ ସବୁଜ ପତକା ଦେଖାଇ ଯାତ୍ରାର ଶୁଭରାମ୍ଭ କରିଥିଲେ ।

ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ ଜିଲାରେ ୯୭୦ ଜଣ ବରିଷ୍ଠ ନାଗରିକ ଆଧ୍ୟାତ୍ମିକ ଯାତ୍ରାରେ ଦିବ୍ୟ ଅନୁଭବରେ ବାହାରିଛନ୍ତି । ସେମାନେ ଆସନ୍ତା ୧୨ ତାରିଖ ଦିନ ସମ୍ବଲପୁର ଫେରିବେ । ସେମାନଙ୍କ ସହ ୩୦ ଜଣ ଅଧିକାରୀ ଓ ଡାକ୍ତରୀଦଳ ମଧ୍ୟ ଯାତ୍ରା କରିଛନ୍ତି । ରାଜ୍ୟ ସରକାର ୨୦୧୬ ମସିହାରୁ ଏହି ଯୋଜନା ଆରମ୍ଭ କରିଥିବା ବେଳେ ୯ମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନରେ ତୀର୍ଥଯାତ୍ରୀମାନେ ଦକ୍ଷିଣ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।

Leave A Reply