କ୍ଷୀରରେ ଡାଲଚିନି ଗୁଣ୍ଡ ମିଶାଇ ପିଇବାର ଲାଭ

0

ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ଏପରି କିଛି ଦ୍ରବ୍ୟ ରହିଥାଏ ଯାହାକୁ ଔଷଧ ରୂପେ ବ୍ୟବହାର କରିପାରିବେ। ଖାଦ୍ୟ​ରେ ବ୍ୟବହାର କରୁଥିବା ମସଲା ମଧ୍ୟ ଔଷଧ ପରି କାର୍ଯ୍ୟ କରିଥାଏ। ସେହିପରି ଏକ ମସଲା ହେଉଛି ଡାଲଚିନି। ଡାଲଚିନି​‌ରେ ଅଧିକ ମାତ୍ରାରେ ଔଷଧୀୟ ଗୁଣ ରହିଛି।

ଡାଲଚିନି ଗୁଣ୍ଡକୁ କ୍ଷୀର ସହ ମିଶାଇ ପିଇବା ଦ୍ବାରା ଏହାର ଉପକାରିତା ଦୁଇ ଗୁଣା ବଢିଯାଇଥାଏ। ଆସନ୍ତୁ ଜାଣିବା ଡାଲଚିନି ଗୁଣ୍ଡକୁ କ୍ଷୀର ସହ ମିଶାଇ ପିଇବା ଦ୍ବାରା ଶରୀରର କ’ଣ ଲାଭ ହୋଇଥାଏ ..

ଡାଲଚିନି ଗୁଣ୍ଡକୁ କ୍ଷୀରରେ ମିଶାଇ ପିଇବା ଦ୍ବାରା ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ବୃଦ୍ଧି ପାଇଥାଏ। ଏହାକୁ ପିଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢିଯାଏ।

କ୍ଷୀର ସହ ଡାଲଚିନି ଗୁଣ୍ଡକୁ ମିଶାଇ ପିଇବା ଦ୍ବାରା ମଧୁମେହ ସମସ୍ୟା ଦୂର ହୋଇଥାଏ। ଏହାସହ ହଜମ କ୍ରିୟା ସଠିକ ଭାବେ ହୋଇଥାଏ।

ଯେଉଁମାନଙ୍କର ଗଣ୍ଠି  ଦରଜ ଓ ଅସ୍ଥି ଦୁର୍ବଳତା ସମସ୍ୟା ରହିଛି ସେମାନେ ପ୍ରତିଦିନ କ୍ଷୀର ସହ ଡାଲଚିନି ଗୁଣ୍ଡ ମିଶାଇ ପିଇବା ଉଚିତ। ଏହା କର୍କଟ ପରି ମାରାତ୍ମକ ରୋଗ ଠାରୁ ଦୂରେଇ ରଖେ।

ଏହାକୁ ପିଇବା ଦ୍ବାରା ଗଳାର ସମସ୍ତ ସମସ୍ୟା ଦୂର ହୋଇଥାଏ।

ଡାଲଚିନି ଗୁଣ୍ଡକୁ କ୍ଷୀରରେ ମିଶାଇ ପିଇବା ଦ୍ବାରା ​‌​‌କେଶର ସମସ୍ୟାରୁ ମୁକ୍ତି ମିଳିଥାଏ।

ମଧୁମେହ ରୋଗୀମାନେ ନିୟମିତ କ୍ଷୀରରେ ଡାଲଚିନି ଗୁଣ୍ଡ ମିଶାଇ ପିଇବା ଉଚିତ। କାରଣ ଏହା ସେମାନଙ୍କ ଶରୀରରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ।

ଭଲ ନିଦ ହେବା ପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଡାଲଚିନି ଗୁଣ୍ଡ ମିଶାଇ ପିଅନ୍ତୁ।

 

 

Leave A Reply