ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚୁଡ଼ିପିନ୍ଧା ଅଭିଯାନ

0

ଭୁବନେଶ୍ୱର : ପିପିଲି ପୀଡ଼ିତାକୁ ନ୍ୟାୟ ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଚୁଡ଼ିପିନ୍ଧା ଅଭିଯାନ ଚାଲିଛି। ସୋମବାର ଦିନ ମାହେଶ୍ୱତା ରାୟ ଓ ପିଙ୍କି ପ୍ରଧାନଙ୍କ ନେତୃତ୍ୱରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏଥିରେ ନବୀନ ନିବାସ ଘେରାଉ କରିବା ପାଇଁ ବିଜେପି ମହିଳା ମୋର୍ଚ୍ଚା କର୍ମୀ ପଦଯାତ୍ରା କରୁଛନ୍ତି। ଅଭିଯାନରେ ବିଜେପି ସାଂସଦ ରୂପା ଗାଙ୍ଗୁଲି ଯୋଗ ଦେଇଛନ୍ତି। ଚାଲିଥିବା ଅଭିଯାନରେ ପୁଲିସ ଓ କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ , କିଛି ଦିନ ପୂର୍ବରୁ ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ନିକଟରେ ଥିବା ଏମଏଲଏ କଲୋନୀ ଭିତରକୁ ପ୍ରବେଶ କରିଥିଲେ। କର୍ମୀମାନେ ଏଜି କଲୋନୀ ଦେଇ ମାଛ ମାର୍କେଟ ଦେଇ ବିଜେଡ଼ି ବିଧାୟକ ଘରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ପୁଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା।

Leave A Reply