ଜାଣନ୍ତୁ; ଭାରତର କେଉଁ ସବୁ ସ୍ଥାନରେ ଧୁମ୍‌ଧାମରେ ପାଳନ କରାଯାଏ ଖ୍ରୀଷ୍ଟମାସ

0

ଖ୍ରୀଷ୍ଟମାସ ଉତ୍ସବ କେବଳ ଯେ ବିଦେଶରେ ଧୁମଧାମରେ ପାଳନ ହୁଏ ତାହା ନୁହେଁ, ଭାରତରେ ମଧ୍ୟ ଅନେକ ଏଭଳି ସହର ରିହିଛି ଯେଉଁଠାରେ ଖ୍ରୀଷ୍ଟମାସ ବହୁ ଆଡମ୍ବର ସହ ପାଳନ କରାଯାଏ । ଯଦି ଆପଣ ଖ୍ରୀଷ୍ଟମାସ ଛୁଟି କାଟିବାକୁ କିଛି ସହର ଖୋଜୁଛନ୍ତି ତେବେ ଭାରତର ଏହି ସବୁ ସହରକୁ ଆପଣ ବାଛିପାରିବେ । ତେବେ ଆସନ୍ତୁ ଜାଣିବା ଭାରତର ଏହି ୪ଟି ସହର ଯେଉଁ ଖ୍ରୀଷ୍ଟମାସ ବଡ ଧୁମଧାମରେ ପାଳନ କରାଯାଏ ।

କୋଲକତା: ୧୯୧୧ ପର୍ଯ୍ୟନ୍ତ ବ୍ରିଟିଶ ସରକାରଙ୍କ ରାଜଧାନୀ ଥିବା(କଲିକତା) କୋଲକତା । ଏହି କାରଣରୁ ସେଠାରେ  ଖ୍ରୀଷ୍ଟମାସକୁ ଧୁମଧାମରେ ପାଳନ କରାଯାଉଥିଲା । ଏବେ ମଧ୍ୟ ଖ୍ରୀଷ୍ଟମାସକୁ ନେଇ ସହରବାସୀ ବହୁତ ଉତ୍ସାହିତ ରହିଥାଆନ୍ତି । ଏଠାରେ ବସବାସ କରୁଥିବା ଶ୍ୱେତାଙ୍ଗ ଖ୍ରୀଷ୍ଟିୟାନ ଖ୍ରୀଷ୍ଟମାସକୁ ବଡ ଆଡମ୍ବର ସହ ପାଳନ କରିଥାଆନ୍ତି । ଯଦି ଆପଣ ଚଳିତବର୍ଷ ଖ୍ରୀଷ୍ଟମାସ ଉତ୍ସବ ପାଳନ କରିବାକୁ ଚାହଁନ୍ତି, ତେବେ କୋଲକତାକୁ ବାଛିପାରିବେ । ଏଠାରେ କ୍ୟାଥୋଲିକ ଚର୍ଚ୍ଚରେ ପ୍ରାର୍ଥନା କରିବା ସହ ପାର୍କରେ ବୁଲି ପାରିବେ । ଏହା ସହ ଷ୍ଟ୍ରିଟ୍ ଫୁଡର ମଜା ମଧ୍ୟ ନେଇ ପାରିବେ ।

କୋଚ୍ଚି: କୋଚ୍ଚିରେ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଅଧିକ । ଏହି କାରଣରୁ ସେଠାରେ କେତେକ ପୁରାତନ ଚର୍ଚ୍ଚ ଦେଖିବାକୁ ମିଳେ । ଖ୍ରୀଷ୍ଟମାସ ଅବସରରେ ସେଠାକାର ଗଳିକନ୍ଦିରେ ଖ୍ରୀଷ୍ଟମାସ ଟ୍ରି ଏବଂ ବଡ ବଡ ଷ୍ଟାର ବା ତାରକାରେ ସଜାଯାଇଥିବା ଦେଖିବାକୁ ମିଳେ । ଷୋଡଶ ଶତାବ୍ଦୀରେ ପ୍ରର୍ତ୍ତୁଗୀଜଙ୍କ ଦ୍ବାରା ନିର୍ମାଣ କରାଯାଇ ଥିବା ସେଣ୍ଟ ଫ୍ରାନ୍ସିସ ଚର୍ଚ୍ଚ ଭାରତର ସବୁଠୁଁ ପୁରାତନ ୟୁରୋପିୟନ ଚର୍ଚ୍ଚ ।

ଗୋଆ: ଗୋଆ ପାର୍ଟି ହବ୍ ନାମରେ ବିଶ୍ବରେ ପରିଚିତ । ଖ୍ରୀଷ୍ଟମାସ ଅବସରରେ ଏହାର ଦୃଶ୍ୟ ଅତୀବ ମନୋରମ । ସମୁଦ୍ର ତଟ ବା ସି ବିଚ୍ ରୁ ଆରମ୍ଭ କରି ନାଇଟ୍ କ୍ଳବ୍ ପର୍ଯ୍ୟନ୍ତ ସବୁଠାରେ ଲୋକଙ୍କ ଭିଡ ଜମିଥାଏ । ଘରଠୁଁ ଆରମ୍ଭ କରି ବେକରୀ ଓ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠାରେ ପାମ୍ପରିକ ଖାଦ୍ୟର ଆସର ଜମିଥାଏ । ଏହା ବ୍ୟତୀତ ସ୍ଥାନୀୟ ଚର୍ଚ୍ଚ ଗୁଡିକକୁ ମଧ୍ୟ ବହୁତ ସୁନ୍ଦର ଭାବରେ ସଜା ଯାଇଥାଏ ।

ଶିମଲା: ଯଦି ଆପଣ ନିଜ ବଜେଟରେ ରହି ବରଫର ପାହଡ ମଧ୍ୟରେ ଖ୍ରୀଷ୍ଟମାସ ଉତ୍ସବ ପାଳିବାକୁ ଚାହୁଁଛନ୍ତି ତେବେ ଶିମଲା ଆପଣଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ହୋଇପାରେ । ଶିମଲା ରୋମଣ୍ଟିକ ଡେଷ୍ଟିନେଶନ ଭାବରେ ପ୍ରସିଦ୍ଧ । ଏଠାରେ ବରଫର ଚାଦରରେ ଢାଙ୍କି ହୋଇଥିବା ପାହଡକୁ କାଳକା-ଶିମଲା ଟୟ ଟ୍ରେନରେ ବୁଲିବାର ମଜା ନିଆରା ।

ଆଲେଖ୍ୟ: ବୈଜୟନ୍ତୀ ନାୟକ

Leave A Reply