ଖୁସିର ଦିନ ଖ୍ରୀଷ୍ଟମାସ

0

ଖ୍ରୀଷ୍ଟମାସ ଏପରି ଏକ ପର୍ବ ଯାହାକୁ ଦୁନିଆର ସର୍ବାଧିକ ଲୋକେ ହର୍ଷଉଲ୍ଲାସର ସହ ପାଳନ କରିଥାଆନ୍ତି। ଭାରତର ବିବିଧତାପୂର୍ଣ୍ଣ ସଂସ୍କୃତିର ଏହି ପର୍ବ ମଧ୍ୟ ଏକ ମୁଖ୍ୟ ଅଂଶ ଅଟେ। ଏହି ପର୍ବ ସଭିଁଙ୍କୁ ଖୁସି, ପ୍ରେମ, ସ୍ନେହ ଆଦି ପ୍ରଦାନ କରିଥାଏ। ଏହା ସାମାଜିକ ପରିବେଶର ପ୍ରତିବିମ୍ବ ଭଳି କାର୍ଯ୍ୟ କରିଥାଏ। କାରଣ ବିଭିନ୍ନ ବର୍ଗଙ୍କ ମଧ୍ୟରେ ଏହା ଭାଈଚାରାର ଭାବକୁ ମଜଭୂତ କରିଥାଏ। ଏହା ଏକ ପ୍ରେମ ଓ ଶାନ୍ତିର ପର୍ବ ଅଟେ। ଏହା ମନୁଷ୍ୟର ଜୀବନକୁ ସୁଖି ଓ ଅର୍ଥପୂର୍ଣ୍ଣ କରିବା ପାଇଁ ବାର୍ତ୍ତା ଦେଇଥାଏ। ଭାରତ ବର୍ଷରେ ଖ୍ରୀଷ୍ଟମାସକୁ ବଡ଼ଦିନ ମଧ୍ୟ କୁହାଯାଏ। ଏହି ପର୍ବ ଦିନ ବହୁ ସୌନ୍ଦର୍ଯ୍ୟମୟ ସାଜସଜ୍ଜା ଦେଖିବାକୁ ମିଳିଥାଏ।
ଖ୍ରୀଷ୍ଟମାସ ପର୍ବଟି ମୁଖ୍ୟତଃ ଛୋଟ ପିଲାମାନଙ୍କ ପାଇଁ ଅଧିକ ଆନନ୍ଦ ଓ ଉଲ୍ଲାସ ଆଣି ଦେଇଥାଏ। ଏହି ଦିନରେ ପିଲାମାନଙ୍କୁ ତାଙ୍କ ପସନ୍ଦର ଖାଦ୍ୟଦ୍ରବ୍ୟ ଖାଇବାକୁ ମିଳିବା ସହ ବହୁ ଉପହାର ମଧ୍ୟ ମିଳିଥାଏ। ମାନ୍ୟତା ଅନୁଯାୟୀ, ସାନ୍ତାକ୍ଲଜ ସ୍ୱର୍ଗରୁ ଆସି ସଭିଁଙ୍କ ପାଇଁ ଉପହାର ସହ ଖୁସି ଦେଇଯାଆନ୍ତି। ତେଣୁ ସାନ୍ତାକ୍ଲଜ ଭାବେ ଏହି ଦିନରେ କିଛି ବ୍ୟକ୍ତି ସଜ୍ଜିତ ହୋଇ ପିଲାମାନଙ୍କୁ ଉପହାର ପ୍ରଦାନ କରିଥାଆନ୍ତି।
ଆଲେଖ୍ୟ ସସ୍ମିତା ମହାନ୍ତି

Leave A Reply